ମୋକିମ ଓ ଚିରଞ୍ଜୀବଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ଵର : କଂଗ୍ରେସର ଦୁଇ ବିରଷ୍ଠ ନେତାନେତା ଚିରଞ୍ଜିବ ବିଶ୍ୱାଳ ଓ ବିଧାୟକ ମହମ୍ମଦ ମୋକିମଙ୍କୁ ଏଆଇସିସି ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି। ଏକ କାର୍ଯ୍ୟକ୍ରମରେ ଦୁଇ ନେତା ଦେଇଥିବା ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

ଖବର ଅନୁଯାୟୀ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଚିରଞ୍ଜିବ ବିଶ୍ୱାଳ କହିଥିଲେ ଯିଏ ପିସିସି ସଭାପତି ହେବ ସେ ଆଉ କାହାକୁ ପଚାରିବେନି। ୨୦୨୪ ନିର୍ବାଚନ ବେଳକୁ ୧୪୭ ବିଧାନସଭା ଆସନରେ ବିଧାୟକ ପ୍ରାର୍ଥୀ ମିଳିବେ କି ନାହିଁ ସନ୍ଦେହ। ୯ ରୁ ୯୦ ବିଧାୟକ ହେବ ଦେଖାଯାଉନାହିଁ। ଏଠି ମୁଖ୍ୟମନ୍ତ୍ରୀ ଆଶାୟୀ ଏକାଧିକ ବୋଲି ଚିରଞ୍ଜିବ କହିଥିଲେ।

ସେହିପରି ବିଧାୟକ ମହମ୍ମଦ ମୋକିମ୍ କହିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କ ଆଦର୍ଶରୁ କିଛି ଶିଖିବା କଥା। କାନକୁହା କଥାରେ ବିଶ୍ୱାସ ନକରି, କାହାକୁ ଉପେକ୍ଷା ନକରି ସାଥୀରେ ନେଇ ଆଗକୁ ବଢ଼ିଲେ ଦଳ ଉଠି ପାରିବ।

Leave a Reply

Your email address will not be published. Required fields are marked *

Back to top button