ଆହତ ମହିଳା ନକ୍ସଲଙ୍କୁ ଛାଡ଼ି ପଳାଇଲେ

ମାଲକାନଗିରି : ଗୁଳିରେ ଆହତ ହେବାରୁ ମହିଳା ନକ୍ସଲ କମାଣ୍ଡାଣ୍ଟଙ୍କୁ ଜଙ୍ଗଲରେ ଛାଡ଼ି ସାଥୀମାନେ ପଳାଇଗଲେ। ସର୍ଚ୍ଚ ଅପରେସନ୍‌ ସମୟରେ ବିଏସ୍‌ଏଫ୍‌ ଯବାନମାନେ ତାଙ୍କୁ ଜଙ୍ଗଲରୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି।

ଖବର ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲା ଉପାଞ୍ଜୁର ଜଙ୍ଗଲରେ ନକ୍ସଲଙ୍କ ଉପସ୍ଥିତି ଜଣାପଡ଼ିବାରୁ ଆଜି ସକାଳେ ବିଏସ୍‌ଏଫ୍‌ ଯବାନମାନେ ସର୍ଚ୍ଚ ଅପରେସନ୍‌ରେ ଯାଇଥିଲେ। ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚଳାଇବାରୁ ଏହାର ପାଲଟା ଜବାବ ସେମାନକୁ ମିଳିଥିଲା। ଫଳରେ ଉଭୟଙ୍କ ଭିତରେ ଦୀର୍ଘ ସମୟ ଚାଲିଥିଲା ଗୁଳି ବିନିମୟ। ନକ୍ସଲଙ୍କ ଗୁଳିରେ ବିଏସ୍‌ଏଫ୍‌ର ଜଣେ ଯବାନ ଆହତ ହୋଇଥିବ ବେଳେ ଯବାନଙ୍କ ଗୁଳିରେ ହାର୍ଡ କୋର୍‌ ମହିଳା ନକ୍ସଲ ଗୁରୁତର ଆହତ ହୋଇ ଜଙ୍ଗଲରେ ପଡ଼ିଥିଲେ। ଚାଲି ପାରୁନଥିବାରୁ ସାଥୀମାନେ ତାଙ୍କୁ ଛାଡ଼ି ଘଞ୍ଚ ଜଙ୍ଗଲକୁ ପଳାଇ ଯାଇଥିଲେ। ଯବାନମାନେ ତାଙ୍କୁ ଉଦ୍ଧାର କରି କାଙ୍କେର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ମହିଳା ନକ୍ସଲ ଜଣକ ଆରକେବି ଡିଭିଜନ୍‌ର କମାଣ୍ଡାଣ୍ଟ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button