ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀଙ୍କ ସମ୍ପତ୍ତି ଜବତ ହେବ

ପୁରୀ : ବ୍ରହ୍ମଗିରିର ଆନ୍ତରାଜ୍ୟ ଗଞ୍ଜେଇ ବେପାରୀଙ୍କ ସମ୍ପତ୍ତି ଜବତ ହେବ। ଏମାନଙ୍କର ୯ଟି ପ୍ଲଟ, ୪ଟି ଘର ସମେତ ୩କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।

ଖବର ଅନୁଯାୟୀ ଚୋରା ଗଞ୍ଜେଇ କାରବାରରେ ବ୍ରହ୍ମଗିରିର ମାଫିଆ ବିଜୟ ପାଣି ଓ ପୁଅ ଶତ୍ରୁଜିତ ପାଣି ମେ’ ୩ ତାରିଖରେ ଗିରଫ ହୋଇଥିଲେ। ଜବତ ହୋଇଥିଲା ୬୨୪ କେଜିରୁ ଅଧିକ ଗଞ୍ଜେଇ।
ବ୍ରହ୍ମଗିରି ଥାନା ପୋଲିସ ଓ ଏସଆଇଟି ଟିମ୍ ଚଢଉ ସମୟରେ ବହୁ ହାତ ତିଆରି ବୋମା ଜବତ କରାଯାଇଥିଲା। ବ୍ରହ୍ମଗିରି ଅଂଚଳକୁ ଗଞ୍ଜେଇ ହବ୍ କରିବାକୁ ଏହି ବେପାରୀଙ୍କ ଯୋଜନା ରହିଥିଲା। ରଥଯାତ୍ରା ସମୟରେ କନ୍ଧମାଳ ଓ ଅନ୍ୟସ୍ଥାନରୁ ଗଞ୍ଜେଇ ଆଣି ବ୍ରହ୍ମଗିରିରେ ଗଚ୍ଛିତ କରି ବାହାରକୁ ଚାଲାଣ ପାଇଁ ଯୋଜନା କରାଉଥିଲା। ଏବେ ସ୍ୱତନ୍ତ୍ର ଟିମ୍ ଧରପଗଡ ଆରମ୍ଭ କରିଛି। ଗଞ୍ଜେଇ ମାଫିଆଙ୍କ ୯ଟି ପ୍ଲଟ, ବାହାରେ ଥିବା ଘର ଓ ବହୁ ଦାମୀ ଗାଡି ସିଜ ହେବାକୁ ଯାଉଛି। ଏସବୁ ଗୋପୀନାଥପୁର, କପିଳେଶ୍ୱରପୁର, ସିପସରୁବାଲିଓ କଣାସ ଅଞ୍ଚଳରେ ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button