ଅମ୍ରିତା ୟୁନିଭର୍ସିଟିରେ ଡିଫେନ୍‌ସ ଟେକନୋଲୋଜିରେ ଏମ.ଟେକ୍ ପ୍ରୋଗ୍ରାମ ସୁବିଧା

ଭୁବନେଶ୍ୱର : ଅମ୍ରିତା ବିଶ୍ୱ ବିଦ୍ୟାପୀଠମ୍‌, ଦେଶର ଏକ ଅଗ୍ରଣୀ ମଲ୍ଟି-କ୍ୟାମ୍ପସ୍‌, ମଲ୍‌ଟି ଡିସିପ୍ଲିନାରି ଶିକ୍ଷା ଓ ଗବେଷଣା ଅନୁଷ୍ଠାନ। ଏହା ପ୍ରଥମ ଥର ଡିଫେନ୍‌ସ ଟେକନୋଲୋଜିରେ ଏମ.ଟେକ୍ ପ୍ରୋଗ୍ରାମ ପ୍ରଦାନ କରିବାକୁ ଯାଉଛି । ଏହି ପୋଷ୍ଟ ଗ୍ରାଜୁଏଟ୍ ପ୍ରୋଗ୍ରାମକୁ ଯୁଗ୍ମ ଭାବରେ ଡିଫେନ୍‌ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଂଟ ଅର୍ଗାନାଇଜେସନ (ଡିଆରଡିଓ), ପ୍ରତିରକ୍ଷା ମନ୍ତ୍ରଣାଳୟର ଆର ଆଣ୍ଡ ଡି ୱିଙ୍ଗ ଓ ବୈଷୟିକ ଶିକ୍ଷା ପାଇଁ ଜାତୀୟ ସ୍ତରୀୟ କାଉନସିଲ୍ ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର୍ ଟେକ୍‌ନିକାଲ୍ ଏଡୁକେସନ (ଏଆଇସିଟିଇ) ଦ୍ୱାରା ବିକଶିତ କରାଯାଇଛି ଯାହାର ଉଦ୍ଦେଶ୍ୟ ହେଉଛି ଭାରତର ଦ୍ରୁତ ବର୍ଦ୍ଧନଶୀଳ ପ୍ରତିରକ୍ଷା କ୍ଷେତ୍ର ପାଇଁ ଆବଶ୍ୟକୀୟ ଦକ୍ଷତାର ସୃଷ୍ଟି କରିବା।

୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଇଞ୍ଜିନିୟରିଂ ଡିଗ୍ରୀ ଧାରୀ ଛାତ୍ରମାନଙ୍କ ଠାରୁ ନାମଲେଖା ଗ୍ରହଣ କରାଯାଉଛି । ଯେହେତୁ ଡିଫେନ୍‌ସ ଟେକ୍‌ନୋଲୋଜି ଏକ ବହୁମୁଖୀ ଡୋମେନ୍‌, ତେଣୁ ବ୍ୟାପକ ଶ୍ରେଣୀୟ ଇଞ୍ଜିନିୟରିଂ ଷ୍ଟ୍ରିମ୍ ଯଥା କେମିକାଲ୍ ଇଞ୍ଜିନିୟରିଂରୁ କମ୍ପ୍ୟୁଟର ସାଇନ୍‌ସ ପର୍ଯ୍ୟନ୍ତ ଛାତ୍ରମାନେ ଏଥିପାଇଁ ଆବେଦନ କରିପାରିବେ । ଏମ.ଟେକ୍ ଡିଫେନ୍‌ସ ଟେକନୋଲୋଜି ପାଠ୍ୟକ୍ରମ ଦ୍ୱାରା ସ୍ନାତକୋତର ଛାତ୍ର ସୃଷ୍ଟି ହୋଇପାରିବେ ଯେଉଁମାନଙ୍କ ନିକଟରେ ବିଭିନ୍ନ ପ୍ରତିରକ୍ଷା ପ୍ରଣାଳୀ ଓ ସମସାମୟିକ ବୈଷୟିକି ପାଇଁ ପ୍ରଯୁଜ୍ୟ ପରୀକ୍ଷଣ ଜ୍ଞାନ, ଦକ୍ଷତା ଓ କ୍ଷମତା ରହିଥିବ ଏବଂ ଏହା ସହିତ ଛାତ୍ରମାନେ ଗବେଷଣା ଓ ବିକାଶ କାର୍ଯ୍ୟ ମଧ୍ୟ କରିପାରିବେ । ଏହି ପ୍ରୋଗ୍ରାମଟି କ୍ଲାସ ଲେକ୍‌ଚର ଓ ମେନ୍ ଥେସିସ୍ କାର୍ଯ୍ୟ ଆଧାରିତ । ଏହି କାର୍ଯ୍ୟକ୍ରମ ସମୟରେ, ଛାତ୍ରମାନଙ୍କୁ ସେମାନଙ୍କର ପ୍ରମୁଖ ଥେସିସ୍ କାର୍ଯ୍ୟକୁ ଡିଆରଡିଓ ଲ୍ୟାବ, ଡିଫେନ୍‌ସ ପିଏସୟୁ, ପ୍ରାଇଭେଟ୍ ଡିଫେନ୍‌ସ ଉଦ୍ୟୋଗରେ କରିବା ପାଇଁ ସୁଯୋଗ ପ୍ରଦାନ କରାଯିବ ।

ଭାରତର ପ୍ରତିରକ୍ଷା ଦ୍ରୁତ ଗତିରେ ସଂପ୍ରସାରଣ ହେଉଛି । କେନ୍ଦ୍ର ସରକାର ଏହା ଉପରେ କ୍ରମାଗତ ଭାବରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି ଓ ଡିଫେନ୍‌ସ-ଇଣ୍ଡିଜେନାଇଜେସନ ଉପରେ ଧ୍ୟାନ ପ୍ରଦାନ କରାଯାଉଛି । ବର୍ତମାନ ଭାରତ ବିଶ୍ୱର ତୃତୀୟ ବୃହତ୍ ଅସ୍ତ୍ରଶସ୍ତ୍ର ଓ ପ୍ରତିରକ୍ଷା ଉପକରଣ ଆମଦାନୀକାରୀ ଅଟେ ଏବଂ ଧୀରେ ଧୀରେ ଏହା ଆତ୍ମନିର୍ଭରଶୀଳ ହେବାକୁ ଯାଉଛି । ତେଣୁ ଘରୋଇ ପ୍ରତିରକ୍ଷା ବଜାର ବୃଦ୍ଧି ପାଇବାରେ ଲାଗିଛି । ଏହା ସହିତ ପ୍ରତିରକ୍ଷା ଉଦ୍ୟୋଗର ଘରୋଇ ତଥା ସରକାରୀ କ୍ଷେତ୍ରରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ଦକ୍ଷ ମାନବ ସମ୍ବଳ ସୃଷ୍ଟି ହୋଇପାରିବେ । ଏହା ସହିତ ପ୍ରତିରକ୍ଷା କ୍ଷେତ୍ରରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ଏହା ପ୍ରୋତ୍ସାହନ ପ୍ରଦାନ କରିବ ।

ଡିଫେନ୍‌ସ ଟେକନୋଲୋଜିରେ ଏମ.ଟେକ୍ ର ଶୁଭାରମ୍ଭ ସମ୍ପର୍କରେ ସୂଚନା ପ୍ରଦାନ କରି, ଡା. ଜି. ସଥୀଶ୍ ରେଡ୍ଡୀ, ଚେୟାରମ୍ୟାନ୍‌, ଡିଆରଡିଓ କହିଛନ୍ତି ଯେ, “ଭାରତର ବୈଷୟିକୀ ଆତ୍ମନିର୍ଭରଶୀଳତାକୁ ବୃଦ୍ଧି କରିବା, ଗବେଷଣା ଓ ବିକାଶ କ୍ଷେତ୍ରକୁ ସୁଦୃଢ଼ୀକରଣ କରିବାର ବହୁତ ଆବଶ୍ୟକତା ରହିଛି । ଅମ୍ରିତା ଡିଆରଡିଓ ସହିତ ଅନେକ ଆଧୁନିକ ବୈଷୟିକି ଉପରେ କାର୍ଯ୍ୟ କରୁଛି – ବିଶେଷ କରି ଡିଫେନ୍‌ସ ଆର ଆଣ୍ଡ ଡି କ୍ଷେତ୍ରରେ । ମୁଁ ନିଶ୍ଚିତ ଯେ ଏହି ୟୁନିଭର୍ସିଟି ମାଧ୍ୟମରେ ଦକ୍ଷ ଡିଫେନ୍‌ସ ଆର ଆଣ୍ଡ ଡି ପ୍ରତିଭାଧାରୀମାନେ ସୃଷ୍ଟି ହୋଇପାରିବେ ଓ ଦେଶରେ ଡିଫେନ୍‌ସ ଉଦ୍ୟୋଗ ପାଇଁ ନିର୍ମାଣ ଇକୋସିଷ୍ଟମ ପ୍ରସ୍ତୁତ ହୋଇପାରିବ ।

ଏହି ଅବସରରେ ଡା. ପି. ଭେଙ୍କଟ୍ ରଙ୍ଗନ୍‌, ଭାଇସ୍ ଚାନସଲର, ଅମ୍ରିତା ୟୁନିଭର୍ସିଟି କହିଛନ୍ତି ଯେ, “ଆମର ଲକ୍ଷ୍ୟ ହେଉଛି ଇଞ୍ଜିନିୟରିଂ, ମେଡିସିନ୍‌, ଶିକ୍ଷା ଓ ସାମାଜିକ ବିଜ୍ଞାନରେ ଦେଶ ପାଇଁ କୌଶଳଗତ ଗୁରୁତ୍ୱ ଥିବା କ୍ଷେତ୍ରରେ ଉଚ୍ଚ ମାନର ଶିକ୍ଷା ପ୍ରଦାନ କରିବା । ଆମେ ଡିଆରଡିଓ ଓ ଏଆଇସିଟିଇ ସହଯୋଗରେ ଏହି ଯୁବ ପ୍ରତିଭାଧାରୀମାନଙ୍କୁ ପ୍ରତିରକ୍ଷା ବୈଷୟିକି କ୍ଷେତ୍ରରେ ତାଲିମ୍ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଡିଫେନ୍‌ସ ଟେକ୍‌ନୋଲୋଜିରେ ଏମ.ଟେକ୍ ପ୍ରୋଗ୍ରାମ ମାଧ୍ୟମରେ ଛାତ୍ରମାନେ ଥିଓରୀ ଓ ପରୀକ୍ଷା ଜନିତ ବିଷୟକୁ ଜାଣିପାରିବେ ଓ ତାହାର ପ୍ରୟୋଗକୁ ମଧ୍ୟ ବୁଝିପାରିବେ । ସେମାନେ ମଧ୍ୟ ଡିଆରଡିଓ ଲ୍ୟାବ୍ ଓ ଡିଫେନ୍‌ସ ପିଏସୟୁର ଓ ଘରୋଇ ଉଦ୍ୟୋଗର ଶୀର୍ଷ ସ୍ଥାନୀୟ ବୈଜ୍ଞାନିକମାନଙ୍କ ସହିତ ସାମିଲ୍ ହେବାର ସୁଯୋଗ ପାଇପାରିବେ । ଆଗ୍ରହୀ ଛାତ୍ରମାନେ www.amrita.edu/mtech ମାଧ୍ୟମରେ ଏହି ପ୍ରୋଗାମ ପାଇଁ ଆବେଦନ କରିପାରିବେ ।

Leave a Reply

Your email address will not be published. Required fields are marked *

Back to top button