ବିଜେପି ମଣ୍ଡଳ ଉପସଭାନେତ୍ରୀଙ୍କୁ ପଥରରେ ଛେଚି ହତ୍ୟା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ମଣ୍ଡଳ ବିଜେପି ଉପସଭାନେତ୍ରୀ ସତ୍ୟଭାମା ସିଂଙ୍କୁ ପଥରରେ ଛେଚି ହତ୍ୟା। ଗତକାଲି ବିଳମ୍ବିତ ରାତିରେ ବିନିଦା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି।

ଖବର ଅନୁଯାୟୀ ସତ୍ୟଭାମା ପୂର୍ବରୁ ବିନିଦାର ସମିତି ସଭ୍ୟ ଥିଲେ। ସେ ଜଣେ ପାଲାଗାୟିକା। ତାଙ୍କୁ କିଏ ଓ କାହିଁକି ହତ୍ୟା କରିଛି ସ୍ପଷ୍ଟ ହୋଇପାରି ନାହିଁ। ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ଏସ୍‌ଡିପିଓ ଓ ପଣ୍ଡାପଡ଼ା ପୋଲିସ ପହଞ୍ଚି ଛାନଭିନ୍‌ କରୁଛି। ସତ୍ୟଭାମା ପଣ୍ଡାପଡା ମଣ୍ଡଳର ବିଜେପି ଉପସଭାପତି ଭାବେ ଦଳୀୟ ନେତୃତ୍ୱ ନେଉଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *

Back to top button