Sat. Jul 20th, 2019

ଅଧା ରହିଲା ବାହାଘର : ବିବାହ ପୂର୍ବରୁ ବରର ମୃତ୍ୟୁ

ଭୁବନେଶ୍ଵର : ବାହାଘର ପାଇଁ ସଜା ହୋଇଥିଲା ବେଦୀ । ବ୍ୟାଣ୍ଡ୍‌ ପାର୍ଟୀକୁ ମଧ୍ୟ ବରାଦ ଦିଆ ସରିଥିଲା । ଘରେ ବନ୍ଧୁ ବାନ୍ଧବ ଆସି ଗହଳି କରୁଥିଲେ । ବାହାରେ ମଧ୍ୟରେ ଲାଇଟ୍‌ ଓ ଟେଣ୍ଡ ଲଗା ହୋଇଥିଲା । କିନ୍ତୁ ବରଯାତ୍ରୀ ନେଇ ବାହାରିବା ପୂର୍ବରୁ ଶଶ୍ମାନକୁ ଯାତ୍ରା କରିଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ କେନ୍ଦୁଆଁ ଗାଁରେ ।

ଗାଁର ଜଣେ ଯୁବକଙ୍କ ଆଜି ବିବାହ ଘର ହେବାକୁ ସ୍ଥିର ହୋଇଥିଲା । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ମଧ୍ୟ ସରିଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଯୁବକ ଜଣକ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି । ଟେଣ୍ଟ ହାଉସ୍‌ ଦ୍ୱାରା ସଜା ଯାଇଥିବା ଲାଇଟ୍‌କୁ ବନ୍ଦ କରୁଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏ ନେଇ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିବାବେଳେ ସମ୍ପୂର୍ଣ୍ଣ କେନ୍ଦୁଆଁ ଗାଁ ନିସ୍ତବ୍ଦ ହୋଇଯାଇଛି । ତେବେ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।   

Leave a Reply

Your email address will not be published. Required fields are marked *