ବିଜେପିକୁ ଔକାତ ଦେଖାଇବାକୁ ମହୁଆଙ୍କ ଆହ୍ଵାନ

ନୂଆଦିଲ୍ଲୀ : ଆଗକୁ ଆସୁଛି ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ନିର୍ବାଚନ। ଜନସାଧାରଣ ଦେଶର ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଅସହିଷ୍ଣୁ ଓ ବିଭାଜନକାରୀ ବିଜେପିକୁ ତା’ର ସ୍ଥାନ ଦେଖାଇଦେବା ଉଚିତ। ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ତିନି ରାଜ୍ୟବାସୀଙ୍କୁ ଏହି ନିବେଦନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କର ସେଙ୍ଗୋଲ ସ୍ଥାପନ ଉତ୍ସବର ଚିତ୍ର ସେୟାର କରି ଟ୍ଵିଟରରେ ମହୁଆ ଜବାହରଲାଲ ନେହରୁଙ୍କ ‘ଏ ଟ୍ରିଷ୍ଟ ୱିଥ୍ ଡେଷ୍ଟିନୀ’ ଭାଷଣର ଏକ ବାକ୍ୟାଂଶ- ‘‘ସ୍ଵାଧୀନ ଭାରତର ଏକ ବିରାଟ ଘର ଯେଉଁଠି ତା’ର ସମସ୍ତ ସନ୍ତାନ ବାସ କରିପାରିବେ’’ ଉଦ୍ଧାର କରି ଲେଖିଛନ୍ତି ‘‘ରାଜା (ମୋଦୀ) ସେହି ମହତ୍ ଦୃଷ୍ଟିକୋଣକୁ ସଂକୁଚିତ କରି ତାକୁ ସଂକୀର୍ଣ୍ଣ କାନ୍ଥବିଶିଷ୍ଟ ଏକ ସାଧାରଣ କୁଡ଼ିଆରେ ପରିଣତ କରିଛନ୍ତି।’’ ଏହାପରେ ଆଗକୁ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଥିବାରୁ ଉକ୍ତ ରାଜ୍ୟବାସୀମାନଙ୍କୁ ବିଜେପିକୁ ତା’ର ଔକାତ୍ ଦେଖାଇଦେବା ପାଇଁ ମହୁଆ ଆହ୍ଵାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button