Fri. Oct 18th, 2019

କେନ୍ଦ୍ରପଡା : ମଥାରେ ସିନ୍ଦୂର ଲଗାଇ ଯୁବତୀଙ୍କୁ ଦୁଷ୍କର୍ମ

ପୋଲିସ କହୁଛି ଅଭିଯୁକ୍ତକୁ ଆମେ ପାଉନୁ

ଭୁବନେଶ୍ଵର : ମନ୍ଦିରରେ ମଥାରେ ସିନ୍ଦୂର ଲଗାଇ ବଳାତ୍କାର ଘଟଣାରେ ପୀଡ଼ିତା ଥାନାରେ ଏତଲା ଦେବାରୁ ପ୍ରତିଶୋଧ ପରାୟଣ ହୋଇ ପଡିଛନ୍ତି ଅଭିଯୁକ୍ତ ଦେବବ୍ରତ ମିଶ୍ର ଓରଫ ପିଣ୍ଟୁ । ରାଗରେ ଦେବବ୍ରତ ପୀଡ଼ିତାଙ୍କ ଅଶ୍ଳୀଳ ଫଟୋ ଓ ଭିଡ଼ିଓ ଭାଇରାଲ୍‌ କରିଛନ୍ତି । ଖାଲି ସେତିକି ନୁହେଁ ସଂପୃକ୍ତ ଯୁବତୀଙ୍କୁ ଧମକ ଦେଇ ଥାନାରୁ କେସ୍‌ ଉଠାଇ ଦେବାକୁ ଚାପ ପକାଉଛନ୍ତି । ଏନେଇ ଯୁବତୀ ମହିଳା ଥାନାରେ ଜଣାଇଛନ୍ତି । ହେଲେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଳା ଅମ୍ବୁରା ଗାଁର ଦେବବ୍ରତ ପଟିଆ ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ ଚାକିରି କରିଛନ୍ତି । ପୀଡ଼ିତା ଯୁବତୀଙ୍କ ସହ ପିଣ୍ଟୁଙ୍କ ୨୦୧୮ ଜାନୁଆରୀରେ ଦେଖା ହେବା ପରେ ଉଭୟଙ୍କ ମଧ୍ୟରେ ହୋଇଥିଲା ପ୍ରେମ । ୨୦୧୮ ଡିସେମ୍ବର ୧୨ରେ ପିଣ୍ଟୁ ଓ ଯୁବତୀ ପୁରୀ ଯାଇଥିଲେ । ସେଠାରେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ମନ୍ଦିରରେ ପିଣ୍ଟୁ ତାଙ୍କ ମଥାରେ ସିନ୍ଦୂର ଦେଇଥିଲା । ତା’ପରେ ଯୁବତୀଙ୍କୁ ଏକ ହୋଟେଲ୍‌ରେ ୭ଦିନ ରଖି ବଳାତ୍କାର କରିଥିଲା । ତେବେ ଜୁନ୍‌ ୫ ତାରିଖରେ ଯୁବତୀ ବିବାହ କରିବାକୁ ଜିଦ୍‌ କରିବାରୁ ପିଣ୍ଟୁ ତାଙ୍କୁ ମନା କରି ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ । ଜୁନ୍‌ ୧୯ ସନ୍ଧ୍ୟାରେ ଯୁବତୀ ଅଫିସରୁ ଫେରୁଥିଲାବେଳେ ପିଣ୍ଟୁ ଅଟକାଇ ଏକ ବିଷ ବୋତଲ ଧରାଇ ମରିଯିବାକୁ କହିଥିଲା । ଯୁବତୀ ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରା ଯାଇଥିଲା । ଗତ ୧ ତାରିଖରେ ସେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଥିଲେ ।

ଗତ ୩ ତାରିଖରେ ଯୁବତୀ ମହିଳା ଥାନାରେ ଏତଲା ଦେଲେ । ହେଲେ ଅଭିଯୁକ୍ତ ଏକ ବଡ଼ ସଂସ୍ଥାରେ କାମ କରୁଥିବାରୁ ତାଙ୍କୁ ବାନ୍ଧିବାକୁ ପୁଲିସ୍‌ର ଦମ୍‌ ପାଉନି । ଏପଟେ ଯୁବତୀଙ୍କୁ ଜଣେ ବ୍ୟକ୍ତି ପିଣ୍ଟୁର ଓକିଲ ବୋଲି ପରିଚୟ ଦେଇ ଫୋନ୍‌ରେ ଧମକ ଦେଉଛନ୍ତି । ମହିଳା ଥାନା ପୁଲିସ୍‌ କହୁଛି ଅଭିଯୁକ୍ତକୁ ଆମେ ପାଉନୁ । କିନ୍ତୁ ଅଭିଯୁକ୍ତ ପିଣ୍ଟୁ ଯୁବତୀଙ୍କ ରୁମ୍‌ ପାଖକୁ ଯାଇ ଧମକ ଦେଉଛି । ଏଥିରୁ ପିଣ୍ଟୁକୁ ଧରିବାକୁ ପୁଲିସ୍‌ ପଛଘୁଞ୍ଚା ଦେଉଥିବା ପ୍ରମାଣିତ ବୋଲି ସଂପୃକ୍ତ ଯୁବତୀ କହିଛନ୍ତି । ତାଙ୍କୁ ନ୍ୟାୟ ନ ମିଳିଲେ ସେ ପୁଲିସ୍‌ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *