ବକ୍ସଡ୍ରେନରେ ଫସି ନାବାଳିକା ମୃତ୍ୟୁ ଘଟଣାରେ ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ

ଭୁବନେଶ୍ଵର : ଗହ୍ମାଡିଆରେ ପାଇପ ସନ୍ଧିରେ ଫସି ନାବାଳିକା ମୃତ୍ୟୁ ଘଟଣାରେ କଟକ ମହାନଗର ନିଗମର ଦୁଇଜଣ ସହକାରୀ ଯନ୍ତ୍ରୀ ନିଲମ୍ବିତ ହୋଇଛନ୍ତି। ସେମାନେ ହେଲେ ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ। ଡ୍ୟୁଟିରେ ଖିଲାପ ଯୋଗୁ ନଗର ଉନ୍ନୟନ ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ନାବାଳିକା ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ମିଳିବ ବୋଲି ମେୟର ସୂଚନା ଦେଇଛନ୍ତି। କଟକ ଜିଲ୍ଲାପାଳ କହିଛନ୍ତି ଆରଆଣ୍ଡବି ଅଧୀକ୍ଷଣ ଯନ୍ତ୍ରୀ ଓ କଟକ ସଦର ଉପଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ କରି ଦେବା ପାଇଁ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button