Fri. Sep 20th, 2019

ରାତିରେ ଅଙ୍ଗୁର ଖାଇଲେ ଶରୀର ଉପରେ ପଡେ କୁପ୍ରଭାବ

ଅଙ୍ଗୁର ଖାଇବା ସ୍ଵାସ୍ଥ୍ୟ ପାଇଁ ଭଲ। କିନ୍ତୁ ରାତିରେ ଖାଇବା ମନା। ରାତିରେ ଅଙ୍ଗୁର ଖାଇଲେ ଶରୀର ଉପରେ ଏହାର କୁପ୍ରଭାବ ପଡିଥାଏ। ତେଣୁ ଦିନରେ ଖାଦ୍ୟ ଖାଇ ସାରିବାର କିଛି ସମୟ ପରେ ଅଙ୍ଗୁର ଖାଇଲେ ସୁଫଳ ମିଳେ।

ଅଙ୍ଗୁରରେ ଟାରଟରିକ୍‌ ଏସିଡ୍‌, ମାଲିକ୍‌ ଏସିଡି ଓ କିଛି ପରିମାଣର ସାଇଟ୍ରିକ୍‌ ଏସିଡ୍‌ ରହିଛି। ଦିନରେ ଖାଦ୍ୟ ଖାଇସାରି ଅଙ୍ଗୁର ଖାଇବା ଦ୍ୱାରା ଏସବୁ ଏସିଡ୍‌ ହଜମ ପ୍ରକ୍ରିୟାକୁ ସହଜ କରିଥାଏ। ଏହାଛଡା ଅଙ୍ଗୁରରେ ମେଲାଟୋନିନ୍‌ ରସାୟନିକ ପଦାର୍ଥ ମଧ୍ୟ ରହିଛି। ନିଦ ହେବାରେ ଏହା ସହାୟତା କରିଥାଏ। ଅନିଦ୍ରା ସମସ୍ୟା ଭୋଗୁଥିବା ଲୋକେ ଯଦି ଦିନରେ ଅଙ୍ଗୁର ଖାଆନ୍ତି ତାହା ଲାଭଦାୟକ ହୋଇଥାଏ।

ରାତିରେ ଅଙ୍ଗୁର ଖାଇଲେ ଖରାପ ପ୍ରଭାବ ପଡ଼ିଥାଏ। ସାଧାରଣତଃ ରାତିରେ ଗରିଷ୍ଠ ଖାଦ୍ୟ ସହଜରେ ହଜମ ହୁଏନି। ଅଙ୍ଗୁରରେ ଥିବା ଫ୍ରୁକ୍ଟୋଜ୍‌ ଶରୀରରେ ଶର୍କରା ବୃଦ୍ଧି କରେ। ଶରୀରର ଶକ୍ତି ବଢ଼ିଯିବାରୁ ମନ ବିଚଳିତ ହୋଇଥାଏ। ଏହାଦ୍ୱାରା ସୁଖନିଦ୍ରାରେ ବ୍ୟାଘାତ ସୃଷ୍ଟି ହୁଏ। ସେଥିପାଇଁ ରାତିରେ ଅଙ୍ଗୁର ଖାଇବାକୁ ବାରଣ କରାଯାଇଛି।

Leave a Reply

Your email address will not be published. Required fields are marked *