Sat. Jul 20th, 2019

ପାକିସ୍ତାନରେ ରେଳ ଦୁର୍ଘଟଣା : ୧୩ ମୃତ, ଅନେକ ଆହତ

ନୂଆଦିଲ୍ଲୀ : ଇସ୍ଲାମାବାଦ, ପାକିସ୍ତାନ ପୂର୍ବ ପଞ୍ଜାବରେ ରେଳ ଦୁର୍ଘଟଣା ଘଟିଛି । ଷ୍ଟେସନରେ ଛିଡା ହୋଇଥିବା ଏକ ମାଲଗାଡିକୁ ଯାତ୍ରୀବାହୀ ଟ୍ରେନ୍ ଧକ୍କା ଦେବାରୁ ଫଳରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁନ୍ୟ ୭୦ ଜଣ ଆହତ ହୋଇଛନ୍ତି।   କ୍ୱେଟା ଯାଉଥିବା ଆକବର ଏକ୍ସପ୍ରେସ୍ ବହ୍ଲର ଷ୍ଟେସନରେ ଛିଡା ହୋଇଥିବା ମାଲଗାଡିକୁ ଧକ୍କା ଦେଇଥିବା ରେଡିଓ ପାକିସ୍ତାନ ସୂତ୍ରରୁ ଜଣାପଡିଛି। ଦୁର୍ଘଟଣାକୁ ନେଇ ପାକ୍ ରେଳମନ୍ତ୍ରୀ ଶେଖ ରସିଦ ଅହମ୍ମଦ ଶୋକ ପ୍ରକଟ କରିବା ସହ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଏହି ଦୁର୍ଘଟଣା ପଞ୍ଜାବ ପ୍ରାନ୍ତ ସାକିଦାବାଦ ତହସିଲର ବହ୍ଲର ଷ୍ଟେସନରେ ଘଟିଛି। ଯାତ୍ରୀବାହୀ ଟ୍ରେନ ମୁଖ୍ୟ ଧାରଣାରେ ଯିବା ପରିବର୍ତ୍ତେ ମାଲଗାଡି ଛିଡା ହୋଇଥିବା ଧାରଣାରେ ଯିବା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣାଗ୍ରସ୍ତ ଟ୍ରେନରୁ ଯୁଦ୍ଧକାଳୀନ ଭିତ୍ତିରେ ଯାତ୍ରୀଙ୍କ ଉଦ୍ଧାର ଚଳାଯାଇଥିବା ବେଳେ ମୃତାହତଙ୍କ ସଂଖ୍ୟା ଅଧିକ ହୋଇପାରେ ବୋଲି କୁହାଯାଉଛି।

ଉଦ୍ଧାର କାର୍ଯ୍ୟରେ ଜିଲ୍ଲା ପୋଲିସ ସାମିଲ ହୋଇଥିବା ବେଳେ ଡିପିଓ ରହୀମ ୟାର ଖାନ୍ ଉଦ୍ଧାର ମୃତ ଯାତ୍ରୀଙ୍କ ମଧ୍ୟରେ ଜଣେ ମହିଳା ଓ ୮ ଜଣ ପୁରୁଷ ଥିବାର ସୂଚନା ଦେଇଛନ୍ତି। ସେହିପରି ୯ ଜଣ ମହିଳା ଓ ୧୧ ଜଣ ପିଲା ଆହତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ମୃତାହତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲସ୍ଥାନାନ୍ତର କରାଯାଉଛି।

Leave a Reply

Your email address will not be published. Required fields are marked *