ମୂର୍ତ୍ତିର ଉଚ୍ଚତା ୪ ଫୁଟରେ ସୀମିତ ରହିବ

ଭୁବନେଶ୍ୱର : ପାର୍ବଣ ପାଇଁ ଗତ ଅଗଷ୍ଟ ୯ ଗାଇଡଲାଇନ ଜାରି ରହିବ ବୋଲି ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଆଉ ସ୍ପଷ୍ଟ କରିଛନ୍ତି ମୂର୍ତ୍ତି ଉଚ୍ଚତାକୁ ୪ ଫୁଟରେ ସୀମିତ ରଖିବା ନିଷ୍ପତ୍ତି ହୋଇଛି। ପୂଜାରେ ମୂର୍ତ୍ତିର ଉଚ୍ଚତା ବଢ଼ିବ ନାହିଁ।

ଗାଇଡଲାଇନ ସମ୍ପର୍କରେ ଘୋଷଣା କରି ରାଜ୍ୟ ସ୍ଵତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା କହିଛନ୍ତି ଆସନ୍ତା କାଲି ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ପାଳନ କରାଯାଉଛି। ଲୋକମାନେ ମନ୍ଦିର ଭିତରେ ଭିଡ଼ ନ କରି କରୋନା କଟକଣାକୁ ମାନି ପାଳନ କରିବା ସହିତ ନିଜ ପରିବାର ଓ ଗାଁକୁ ସୁରକ୍ଷିତ ରଖିବାକୁ ସେ ନିବେଦନ କରିଛନ୍ତି। ସେ କହିଛନ୍ତି ଦେଶରେ କରୋନାର ୨ୟ ସଂକ୍ରମଣ ଶେଷ ହୋଇନାହିଁ । ଦେଶରେ ଏବେ ଦୈନିକ ୩୦ରୁ ୪୦ ହଜାର ନୂଆ ଆକ୍ରାନ୍ତ ବାହାରୁଛନ୍ତି । କେରଳରେ ସ୍ଥିତି ଚିନ୍ତାଜନକ ରହିଛି । କେରଳରେ ଓନାମ ପରେ ସଂକ୍ରମଣ ବଢିଯାଇଥିଲା ।

ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାରୁ ଆଗକୁ ୩ୟ ଲହର ଆସିବା ଆଶଙ୍କା କରାଯାଉଛି । ତେଣୁ ଗତ ଅଗଷ୍ଟ ୯ରେ ଜାରି ଗାଇଡଲାଇନ ଲାଗୁ ରହିବ। ମୂର୍ତ୍ତି ଉଚ୍ଚତା ବୃଦ୍ଧି କରିବାକୁ କେତେକ ପୂଜାକମିଟି ତରଫରୁ ଦାବି କରାଯାଇଥିଲେ ମଧ୍ୟ ମୂର୍ତ୍ତି ପୂର୍ବପରି ୪ ଫୁଟ ଉଚ୍ଚତା ବିଶିଷ୍ଟ ହେବ। ସେହିପରି ଆବଦ୍ଧ ମଣ୍ଡପରେ ବିନା ଦର୍ଶକରେ ମୂର୍ତ୍ତି ପୂଜା କରାଯିବ। ପୂଜା ମଣ୍ଡପରେ ଏକ ସମୟରେ ସର୍ବାଧିକ ୭ଜଣ ଅର୍ଥାତ ଏଥିରେ କର୍ତ୍ତା, ପୂଜକ ଓ ସହଯୋଗୀ ଉପସ୍ଥିତି ରହିବେ। ସମସ୍ତେ କୋଭିଡ କଟକଣା ମାନିବେ। ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ।

Leave a Reply

Your email address will not be published. Required fields are marked *

Back to top button