Fri. Sep 20th, 2019

ବିଟ ଲୁଣ ଅଧିକ ଖାଇବା ମନା

ବିଟ ଲୁଣକୁ କିଛି ଖାଦ୍ୟକୁ ସ୍ଵାଦିଷ୍ଟ କରାଏ। ଖାଇବାକୁ ଲାଗେ ମଜା। କେବଳ ସେତିକି ନୁହେଁ, ଏଥିରେ ବି ରହିଛି ଔଷଧୀୟ ଗୁଣ। କିନ୍ତୁ ଅଧିକ ଖାଇବା ମନା। କାରଣ ଶରୀରକୁ ବିଟ ଲୁଣ କ୍ଷତି ପହଞ୍ଚାଇଥାଏ। ଆସନ୍ତୁ ଏ ବିଷୟରେ ଜାଣିବା।

୧. ଅଧିକ ବିଟ ଲୁଣ ଖାଇଲେ ବ୍ଲଡ୍‌ ପ୍ରେସର ବଢେ। ଯେଉଁମାନଙ୍କର ବ୍ଲଡ୍‌ ପ୍ରେସର ଅଛି ସେମାନେ ଡାକ୍ତରଙ୍କ ସହିତ ପରାମର୍ଶ କରି ଏହାକୁ ସେବନ କରିବା ଉଚିତ।

୨. ବିଟ ଲୁଣ ଅଧିକ ଖାଇଲେ ଶରୀରରେ ସୋଡିୟମ୍‌ର ମାତ୍ରା ବଢ଼ିଯାଏ। ଏହାଦ୍ୱାରା କିଡ୍‌ନୀର କାର୍ଯ୍ୟକାରିତା ଉପରେ ପଡ଼ିଥାଏ ପ୍ରଭାବ।

୩. ହୃଦ୍‌ଜନିତ ରୋଗର କାରଣ ବି ହୋଇପାରେ ବିଟ ଲୁଣ। କାହିଁକିନା ରକ୍ତଚାପ ବଢ଼ିଲେ ହୃଦ୍‌ଘାତ ଜନିତ ସମସ୍ୟା ଉତ୍ପନ୍ନ ହୋଇଥାଏ।

୪. ବିଟ ଲୁଣରେ ସୋଡିୟମ୍‌ ଅଧିକ ଥିବାରୁ ଶରୀରରେ ଷ୍ଟୋନ୍‌ ହେବାର ଆଶଙ୍କା ମଧ୍ୟ ରହିଛି।

Leave a Reply

Your email address will not be published. Required fields are marked *