ବଗି ବଦଳିବାରୁ ୧୧୦ ତୀର୍ଥଯାତ୍ରୀ ବଞ୍ଚିଗଲେ

ବାଲେଶ୍ଵର : କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଏହାର ଏକ ଦୃଷ୍ଟାନ୍ତ ଏବେ ଦେଖିବାକୁ ମିଳିଛି। ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାରେ ବଞ୍ଚିଯାଇଛି ୧୧୦ ତୀର୍ଥଯାତ୍ରୀଙ୍କ ଜୀବନ।

ଖବର ଅନୁଯାୟୀ କର୍ଣ୍ଣାଟକର ୧୧୦ଜଣ ଯାତ୍ରୀ ବେଙ୍ଗାଲୁର ଚିକମଙ୍ଗଲରୁର ୟଶୱନ୍ତପୁର ହାୱାଡା ଏକ୍ସପ୍ରେସରେ ତୀର୍ଥଯାତ୍ରା ପାଇଁ ବାହାରିଥିଲେ। ଯାତ୍ରୀମାନେ ଟ୍ରେନର ପ୍ରଥମ ୩ଟି ବଗୀରେ ବସିଥିଲୋ ଅଧାରାସ୍ତାରେ ଇଂଜିନ ବଦଳାଇବା ସମୟରେ ଏମାନେ ଶେଷ ବଗିକୁ ଚାଲି ଆସିଥିଲେ। ଯଦି ଆଗ ବଗିରେ ଥାନ୍ତେ ତେବେ ଆଉ ବଞ୍ଚିନଥାନ୍ତେ ବୋଲି ଯାତ୍ରୀ ଜଣକ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button