‘କବଚ’ ଥିଲେ ଦୁର୍ଘଟଣା ହୋଇନଥାନ୍ତା

ନୂଆଦିଲ୍ଲୀ : ଓଡିଶାର ବାଲେଶ୍ୱର ଜିଲ୍ଲା ବାହାନଗା ଦୁର୍ଘଟଣାରେ ଅନେକ ଯାତ୍ରୀ ମୃତାହତ ହୋଇଛନ୍ତି। ହେଲେ ଭାରତୀୟ ରେଳ ବିଭାଗର ପ୍ରବକ୍ତା ଅମିତାଭ ଶର୍ମା କହିଛନ୍ତି ଯଦି ଏହି ରେଳ ଲାଇନରେ କବଚ ଉପଲବ୍ଧ ଥାନ୍ତା ତେବେ ଦୁର୍ଘଟଣା ହୋଇ ନଥାନ୍ତା।

ଖବର ହେଲା ରେଳ ମନ୍ତ୍ରଣାଳୟ ଗତବର୍ଷ କବଚ ଟେକ୍ନୋଲୋଜୀର ଟେଷ୍ଟିଂ କରିଥିଲା। ଏହାକୁ ନେଇ ରେଳମନ୍ତ୍ରୀ ଅନେକ ପ୍ରଚାର କରିଥିଲେ। ରେଳ ବିଭାଗ ଓ ରେଳମନ୍ତ୍ରୀ ଉଭୟ ଦାବି କରିଥିଲେ ଏହି ଟେକ୍ନୋଲୋଜୀ ସହାୟତାରେ ବିନା ଦୁର୍ଘଟଣାରେ ସମସ୍ତ ଟ୍ରେନ ନିଜର ଲକ୍ଷ୍ୟସ୍ଥଳରେ ପହଂଚିପାରିବ। ଟେକ୍ନୋଲୋଜୀର ବ୍ୟବସ୍ଥା ଏପରି ଯେ ଯଦି କୌଣସି ଟ୍ରେନ ବିନା ଅନୁମତିରେ ସିଗନାଲ କ୍ରସ କରେ ତେବେ ଟ୍ରେନଟି ସ୍ୱତଃପ୍ରବୁତ ଭାବେ ଅଟକିଯିବ। ଏହାକୁ ଲଗାଇବାକୁ ହେଲେ କିଲୋମିଟର ପ୍ରତି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଟେକ୍ନୋଲୋଜୀ ୩ଟି ସ୍ତରରେ ଯଥା ମୁହାଁ ମୁହିଁ ଧକ୍କା, ପଛପଟୁ ଧକ୍କା ଓ ସିଗନାଲ ବିପଦ ପାଇଁ କାମ କରିଥାଏ।

Leave a Reply

Your email address will not be published. Required fields are marked *

Back to top button