ଟିକା ନେଇ ନଥିବା ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛୁଟି

ନୂଆଦିଲ୍ଲୀ : ସରକାରୀ କର୍ମଚାରୀ ଗୋଟିଏ ଡୋଜ୍‌ ଟିକା ନେଇ ନଥିଲେ ସେମାନଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଯିବ। କେବଳ ମେଡିକାଲ ଜନିତ ସମସ୍ୟା ଦେଇ ଗତି କରୁଥିବା କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବନି। ଏହାବ୍ୟତୀତ ଅନ୍ୟ କୌଣ କାରଣକୁ ଗ୍ରହଣ କରାଯିବ ନାହିଁ। ସେପ୍ଟେମ୍ବର ୧୫ପର ଠାରୁ ଏହି ନିୟମ ଲାଗୁ ହେବ ବୋଲି ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଘୋଷଣା କରିଛନ୍ତି।

ପଞ୍ଜାବ ସରକାର ଜାରି ଆରିଥିବା ବିଜ୍ଞପ୍ତିରେ କୁହାଯାଇଛି ମୁଖ୍ୟମନ୍ତ୍ରୀ ରାଜ୍ୟର ଲୋକମାନଙ୍କୁ ମହାମାରୀରୁ ରକ୍ଷା କରିବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି। ଯେଉଁମାନେ ଟିକା ନେଇଛନ୍ତି ସେମାନେ କେବେ ହେଲେ ଟିକା ନେବାକୁ ଆଗ୍ରହ ଦେଖାଉ ନଥିବା ଲୋକଙ୍କ ପାଇଁ ହଇରାଣରେ ପଡ଼ିବେ ନାହିଁ। ତେଣୁ ଅତିକମରେ ଟିକାର ଗୋଟିଏ ଡୋଜ୍‌ ନେଇ ନଥିବା କର୍ମଚାରୀଙ୍କୁ ସେପ୍ଟେମ୍ବର ୧୫ ପରେ ବାଧ୍ୟତାମୂଳକ ଛୁଟିରେ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।

ଏହି ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୋଭିଡ ସ୍ଥିତିର ସମୀକ୍ଷା ପାଇଁ ବୈଠକ ବସିଥିଲା। ଏଥିରେ ଟିକାର ପ୍ରଭାବ କରୋନା ବିରୋଧରେ ଯଥେଷ୍ଟ ରହିଥିବା ବିଭିନ୍ନ ଗବେଷଣାକୁ ଜଣାପଡ଼ିଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ସରକାରୀ କର୍ମଚାରୀଙ୍କୁ ଟିକା ଦେବା ପାଇଁ ପୂର୍ବରୁ ଅନେକ ବ୍ୟବସ୍ଥା କରାଯାଇଥିଲେ ହେଁ ଯେଉଁମାନେ ଟିକା ନେବାକୁ ଆଗ୍ରହ ଦେଖାନାହାନ୍ତି ସେମାନଙ୍କୁ ଏହାର ପ୍ରଥମ ଡୋଜ୍‌ ନେବା ଯାଏ ବାଧ୍ୟତାମୂଳକ ଛୁଟିରେ ପଠାଇବାକୁ ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button