ମହିଳାଙ୍କ ଶରୀର ଉପରଭାଗର ଉଲଗ୍ନ ଦୃଶ୍ୟ ଯୌନତା ନୁହେଁ

କୋଚି : ମହିଳାଙ୍କ ନଗ୍ନ ଶରୀରର ଚିତ୍ରଣକୁ ସର୍ବଦା ଯୌନତା କିମ୍ବା ଅଶ୍ଳୀଳ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ। ଏହା କହିଛନ୍ତି କେରଳ ହାଇକୋର୍ଟ।

ଜଷ୍ଟିସ କୌଶର ଏଡାପ୍ପାଗଥ କହିଛନ୍ତି ପୁରୁଷ ଶରୀରର ଖୋଲା ପ୍ରଦର୍ଶନ ବା ସ୍ୱୟଂଶାସିତତା ଉପରେ ଖୁବ୍‌ କମ୍‌ ପ୍ରଶ୍ନ ଉଠୁଛି। ପୁରୁଷତାନ୍ତ୍ରିକ ଢାଞ୍ଚାରେ ମହିଳାମାନଙ୍କୁ ଏ କ୍ଷେତ୍ରରେ ନିର୍ଯାତନା ଓ ଭେଦଭାବ କରାଯିବ ସହିତ ଅଲଗା ଦୃଷ୍ଟିରେ ଦେଖାଯାଏ। ଏ କ୍ଷେତ୍ରରେ ପୁରୁଷତାନ୍ତ୍ରିକ ସମାଜ ସେମାନଙ୍କୁ ଅନେକ ପ୍ରଶ୍ନ କରିଥାଏ !’ଅଦାଲତ ତାଙ୍କ ରାୟରେ ପୁରୁଷ ଓ ନାରୀ ଶରୀରକୁ ନେଇ ସମାଜର ଦୋ-ମୁହାଁ ମାନଦଣ୍ଡ ବିଷୟରେ ମଧ୍ୟ ମନ୍ତବ୍ୟ ଦେଇଛନ୍ତି। ଆଉ କହିଛନ୍ତି ଯଦି ଜଣେ ମା’ ନିଜ ପିଲାମାନଙ୍କୁ ନିଜ ଶରୀରକୁ କ୍ୟାନଭାସ୍‌ ଭାବରେ ରଙ୍ଗ କରିବା ପାଇଁ ବ୍ୟବହାର କରିବାକୁ ଅନୁମତି ଦିଅନ୍ତି ତେବେ କିଛି ଭୁଲ ନାହିଁ। ଏହାଦ୍ୱାରା ସେମାନେ ନଗ୍ନ ଶରୀରକୁ ସ୍ୱାଭାବିକ ଭାବରେ ଦେଖିପାରିବେ।

ତେଣୁ ଜଣେ ମା’ଙ୍କ ଉପର ଶରୀରରେ ଏକ କଳା ପ୍ରକଳ୍ପ ଭାବରେ ନିଜ ପିଲାମାନଙ୍କ ଦ୍ୱାରା କରାଯାଇଥିବା ଚିତ୍ରକଳାକୁ ଯୌନ ସନ୍ତୁଷ୍ଟି ଉଦ୍ଦେଶ୍ୟରେ କିମ୍ବା ଯୌନତା ଉଦ୍ଦେଶ୍ୟରେ କରାଯାଇଛି ବୋଲି କୁହାଯାଇ ପାରିବ ନାହିଁ। ଏହି ନିରୀହ କଳାତ୍ମକ ଅଭିବ୍ୟକ୍ତିକୁ ବାସ୍ତବ ବା ନକଲି ଯୌନ କ୍ରିୟାରେ ଶିଶୁର ବ୍ୟବହାର ବୋଲି କହିବା ମଧ୍ୟ କଠୋର ହେବ। କାରଣ ପିଲାମାନଙ୍କୁ ପର୍ଣ୍ଣୋଗ୍ରାଫି ପାଇଁ ବ୍ୟବହାର କରାଯାଇଥିଲା ବୋଲି ଦର୍ଶାଇବାକୁ କିଛି ନାହିଁ। ଭିଡିଓରେ ଯୌନ ସମ୍ପର୍କର କୌଣସି ଚିହ୍ନ ନାହିଁ। ଏକ ବାର୍ତ୍ତାରେ ଆବେଦନକାରୀ ଭିଡିଓର ଉଦ୍ଦେଶ୍ୟ ମଧ୍ୟ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button