ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ନିଆଁ

ବ୍ରହ୍ମପୁର : ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ନିଆଁ। ଟ୍ରେନର ବି-୫ ବଗିରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଭୟରେ ଓହ୍ଲାଇ ପଡ଼ିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ମଙ୍ଗଳବାର ଟ୍ରେନଟି ସିକନ୍ଦରବାଦରୁ ତ୍ରିପୁରାର ଅଗରତାଲାକୁ ଯାଉଥିଲା। ବ୍ରହ୍ମପୁର ଷ୍ଟେସନରେ ଟ୍ରେନଟି ଅଟକିବା ସମୟରେ ଏସି ବଗିରେ ଧୂଆଁ ବାହାରୁଥିବା ଦେଖି ସମସ୍ତ ଯାତ୍ରୀ ଭୟରେ ଓହ୍ଲାଇ ପଡ଼ିଥିଲେ। ରେଳ ବିଭାଗ ପକ୍ଷରୁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେହି ବଗିରେ ଯାତ୍ରୀମାନେ ଯିବାକୁ ଅମଙ୍ଗ ହୋଇଥିଲେ। ବଗି ବଦଳାଇବାକୁ ସେମାନେ ଦାବି କରିଥିଲେ। ଫଳରେ ବ୍ରହ୍ମପୁର ଷ୍ଟେସନରେ ଟ୍ରେନଟି ୪୫ ମିନିଟ୍ ରହଣି ପରେ ଛାଡ଼ିଥିଲା। ତେବେ ସର୍ଟ ସର୍କିଟ ଯୋଗୁ ଧୂଆଁ ବାହାରିଥିବା ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଠିକ କରିଦିଆଯାଇଛି ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button