ବସ୍ତା ଭିତରୁ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା : ସଦର ଥାନା ଅନ୍ତର୍ଗତ ଏକାତାଲି ଗ୍ରାମ ଆରଆଇ ଅଫିସ ପଛପାର୍ଶ୍ଵ ପୁରୁଣା ପୋଖରୀ ନିକଟରୁ ଏକ ମୃତଦେହ ମିଳିଛି। ବସ୍ତାରେ ବନ୍ଧା ହୋଇଥିବା ମୃତକ ଜଣେ ନାବାଳିକା ହୋଇଥିବା ଆଶଙ୍କା କରାଯାଉଛି।

ସୂଚନା ପାଇ ସଦର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କ ଖପୁରୀ ନଥିବା ବେଳେ ଶରୀରର ବିଭିନ୍ନ ଅଂଶ ପଚି ଦୁର୍ଗନ୍ଧ ବାହାରୁଥିବା ସ୍ଥାନୀୟ ଅଞ୍ଚଳବାସୀ ପୋଲିସକୁ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button