Fri. Oct 18th, 2019

ଗୋଟିଏ ଦିନରେ ମିଳିବ ପାସପୋର୍ଟ

ନୂଆଦିଲ୍ଲୀ : ଏବେ ଲୋକଙ୍କୁ ପାସପୋର୍ଟ ପାଇବାକୁ ଦୀର୍ଘ ଦିନ ଅପେକ୍ଷା​‌ କରିବାକୁ ପଡିବ ନାହିଁ। ମାତ୍ର ୧୧ ଦିନ ଭିତରେ ପାସପୋର୍ଟ ହାସଲ କରିପାରିବେ। କେନ୍ଦ୍ର ସରକାର ବୁଧବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି। ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି ମୂରଲିଧରନ ପ୍ରଶ୍ନକାଳରେ ଏହି ପ୍ରଶ୍ନର ଉତ୍ତରରେ କହିଥିଲେ, ସାମାନ୍ୟ ପରିସ୍ଥିତିରେ ଲୋକଙ୍କୁ ପାସପୋର୍ଟ ୧୧ ଦିନ ଭିତରେ ଦିଆଯିବ, ସେଭଳି ତତ୍କାଳ ଶ୍ରେଣୀରେ ମାତ୍ର ଗୋଟେ ଦିନରେ ହିଁ ମିଳିପାରିବ। ଆବେଦକଙ୍କୁ ପୋଲିସ ଭେରିଫିକେସନ୍ ପାଇଁ ୭୩୧ ପୋଲିସ ଜିଲ୍ଲାରେ ଏକ ମୋବାଇଲ ଆପ୍ଳିକେସନ୍ ଲଞ୍ଚ କରିଛି, ଯାହାଫଳରେ ପକ୍ରିୟାରେ ବିଳମ୍ବ ଓ ଭ୍ରଷ୍ଟାଚାରରୁ ମୁକ୍ତି ମିଳିପାରିବ।

Leave a Reply

Your email address will not be published. Required fields are marked *