ବଡ଼ଭାଇକୁ ଟାଙ୍ଗିଆରେ ହାଣିଦେଲା ସାନ

କନ୍ଧମାଳ : ସାମାନ୍ୟ ବଚସାରୁ ବଡ଼ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାନଭାଇ। ଏହି ଘଟଣା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଡିମିରିଗୁଡ଼ା ଗାଁ’ରେ ଘଟିଛି।

ଖବର ଅନୁଯାୟୀ ପାରିବାରିକ କଥାକୁ ନେଇ ଗତକାଲି ରାତିରେ ନରେନ୍ଦ୍ର ବିନ୍ଧାଣୀ ଓ ସାନଭାଇ କର୍ଣ୍ଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସାହିବାସିନ୍ଦାଙ୍କ ହସ୍ତକ୍ଷେପ ପରେ ସେମାନେ ଶାନ୍ତ ପଡ଼ିଥିଲେ। ନରେନ୍ଦ୍ର ଘର ବାରଣ୍ଡାରେ ଶୋଇଥିବା ବେଳେ ସାନଭାଇ କର୍ଣ୍ଣ ଟାଙ୍ଗିଆରେ ହାଣି ଦେଇଥିଲେ। ନରେନ୍ଦ୍ରଙ୍କ ଚିତ୍କାର ଶୁଣି ସ୍ତ୍ରୀ, ପୁଅ ଓ ପଡ଼ୋଶୀମାନେ ଉଠି ପଡ଼ିଥିଲେ। ସେମାନେ ନରେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଫିରିଙ୍ଗିଆ ମେଡ଼ିକାଲକୁ ନେଉଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ ଘଟଣାସ୍ଥଳରୁ ଫେରାର ଥିବା କର୍ଣ୍ଣ ବିନ୍ଧାଣୀ ଫିରିଙ୍ଗିଆ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରି ଅଭିଯୁକ୍ତକୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *

Back to top button