Sat. Jul 20th, 2019

ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ଲୋକଙ୍କ ପାଖକୁ ଯାଅ ଓ ସମସ୍ୟା ବୁଝ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପଞ୍ଚମ ପାଳି ଆରମ୍ଭରୁ ମନ୍ତ୍ରୀ ଓ ବିଧାୟକମାନଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । କେଉଁ ମନ୍ତ୍ରୀ କେତେ କାମ କରୁଛନ୍ତି ତାହାର ରିପୋର୍ଟ ମାଗିବା ପରେ ଗୁରୁବାର ମନ୍ତ୍ରୀ ପରିଷଦ ବୈଠକ ଡାକିଛନ୍ତି । ତୃଣମୂଳ ସ୍ତରକୁ ଯାଇ ପ୍ରତ୍ୟକ୍ଷଭାବେ ଲୋକଙ୍କୁ ଭେଟିବାକୁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଗୁରୁବାର ରାଜ୍ୟ ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବା ସହିତ ମନ୍ତ୍ରୀମାନଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି ନବୀନଜ। ମୁଖ୍ୟମନ୍ତ୍ରୀ ପାଞ୍ଚଟି ଦିଗ ଉପରେ ଫୋକସ୍‌ କରିଛନ୍ତି । ତୃଣମୂଳ ସ୍ତରରେ ଲୋକଙ୍କର ସମସ୍ୟା ଜାଣିବାକୁ ଅଞ୍ଚଳକୁ ଯାଆନ୍ତୁ, ନିଜ ନିଜ ବିଭାଗକୁ ଅଚାନକ ଗସ୍ତ କରି କାର୍ଯ୍ୟର ତଦାରଖ କରନ୍ତୁ ଓ ଲୋକଙ୍କୁ ସରକାରୀ ସେବା କେମିତି ମିଳୁଛି ତାହାର ତଦାରଖ ମଧ୍ୟ କରନ୍ତୁ । ଖାଲି ସେତିକି ନୁହେଁ ଲୋକଙ୍କୁ ପ୍ରତ୍ୟକ୍ଷ ଭାବେ ଭେଟି ସେମାନଙ୍କ ସମସ୍ୟା ବୁଝନ୍ତୁ । ସ୍ବଚ୍ଛତା ଓ ଦକ୍ଷତା ପାଇଁ କମ୍ପ୍ୟୁଟରୀକରଣ ଉପରେ ଗୁରୁତ୍ୱ ଦିଅନ୍ତୁ । ସେହିପରି ଟିମ୍‌ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍‌ସପାରାନ୍ସି, ଟ୍ରାନ୍ସଫର୍ମେସନ୍‌ ଓ ଟାଇମ୍‌ ଉପରେ ବ୍ୟକ୍ତିଗତ ଭାବେ ନଜର ଦେବାକୁ ନବୀନ କହିଛନ୍ତି । ଏହା ସହିତ ବୈଠକରେ ଆପଦକାଳୀନ ପାଣ୍ଠିରୁ କାଳିଆ ଯୋଜନା ପାଇଁ ଯାଇଥିବା ଟଙ୍କା ଫେରାଯିବାକୁ ନେଇ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଅର୍ଥ ଫେରସ୍ତ ପ୍ରସ୍ତାବକୁ ମନ୍ତ୍ରୀ ପରିଷଦ ଅନୁମୋଦନ ଦେଇଛି । ଏହା ସହିତ ଠିକ୍‌ ସମୟରେ ରିପୋର୍ଟ କାର୍ଡ଼ ଦେଇଥିବାରୁ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *