ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌ : ପ୍ରଯୋଜକଙ୍କ ନାଁରେ ଅଭିଯୋଗ

ଭୁବନେଶ୍ଵର : ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌ ଅଭିଯୋଗ। ବିଭିନ୍ନ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭି‌ନୟ ସୁଯୋଗ ଦେବାର ଲୋଭ ଦେଖାଇ ନବାଗତାକୁ ଶୋଷଣ କରାଯାଉଛି। ଦୁଇ ଅଭିନେତ୍ରୀ ଏ ନେଇ ମୁହଁ ଖୋଲିବାରୁ ଚର୍ଚ୍ଚା ଜୋର ଧରିଛି।

ଖବର ଅନୁଯାୟୀ ଅଭିନେତ୍ରୀ ପ୍ରକୃତି ମିଶ୍ର ଓଡ଼ିଆ ଫିଲ୍ମ ପ୍ରଯୋଜକ ସଞ୍ଜୟ ବିରୁଦ୍ଧରେ ପ୍ରତିଷ୍ଠିତ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ନବାଗତା ଝିଅଙ୍କୁ ଧାରାବାହିକ ଓ ଚଳଚ୍ଚିତ୍ରରେ ସୁଯୋଗ ପ୍ରଲୋଭନ ଦେଖାଇ ଶୋଷଣ କରିଛନ୍ତି। କେଳବ ସେ ନୁହଁନ୍ତି ତାଙ୍କ ସହ କିଛି ଅଭିନେତା ଓ ଇଣ୍ଡଷ୍ଟ୍ରିର ବଡ଼ବଡ଼ିଆ ଏହି କୁକର୍ମରେ ସାମିଲ ଅଛନ୍ତି। ପୀଡ଼ିତାମାନେ କିଭଳି ଶୋଷଣର ଶିକାର ହୋଇଛନ୍ତି ସେ ସମ୍ପର୍କରେ ତାଙ୍କୁ ମେସେଜ୍ କରିଛନ୍ତି। ଅନେକେ ଭୟରେ ମୁହଁ ଖୋଲୁନାହାନ୍ତି। ସେହିପରି ଅଭିନେତ୍ରୀ ଯସ୍ମିନ୍‌ ରଥ ମଧ୍ୟ ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌ ସଂପର୍କରେ କହିଛନ୍ତି। ଅଭିଯୋଗ ହୋଇଛି ଯେଉଁ ଝିଅ ସେମାନଙ୍କ କଥାରେ ରାଜି ନହୁଅନ୍ତି ସେମାନଙ୍କୁ ଫିଲ୍ମରୁ ବିଦା କରିବାର ନଜିର ରହିଛି। ସଞ୍ଜୟ ନାୟକ ଏବେ ଲୁଚୁଛନ୍ତି। ତାଙ୍କ ବିରୁଦ୍ଧରେ ଯେଉଁସବୁ ଅଭିଯୋଗ ଆଣିଛନ୍ତି ଗଣମାଧ୍ୟମ ତାଙ୍କୁ ଡାକି ପଚାରିଲେ ସତ ଜାଣିପାରିବେ ବୋଲି ପ୍ରକୃତି କହିଛନ୍ତି।

ଅନ୍ୟପକ୍ଷରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସଞ୍ଜୟ ନାୟକ କହିଛନ୍ତି ପ୍ରକୃତି ମିଶ୍ର କ’ଣ ସେ କଥା ଓଡ଼ିଶାବାସୀ ଜାଣିଛନ୍ତି। ଦରକାର ପଡ଼ିଲେ ଏନେଇ ପ୍ରକୃତିଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button