ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ୪୪ ପ୍ରତିଶତ ବଢିଛି

ନୂଆଦିଲ୍ଲୀ : ଭାରତରେ ଏବେ ୧୦ କୋଟିରୁ ଅଧିକ ଲୋକ ଡାଇବେଟିସ୍ ତଥା ମଧୁମେହ ରୋଗରେ ପୀଡିତ। ରୋଗୀସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଗତ ୪ ବର୍ଷରେ ଏହି ରୋଗୀଙ୍କ ସଂଖ୍ୟା ୪୪ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ସାଇନ୍ସ ଆଇଏସିଆରର ତଥ୍ୟରୁ ଜଣାପଡିଛି।

ୟୁକେ ମେଡିକାଲ ଜର୍ଣ୍ଣାଲ ଲାନସେଟରେ ଆଇସିଏମଆରର ରିପୋର୍ଟ ଅନୁଯାୟୀ ଦେଶରେ ୨୦୧୯ରେ ମଧୁମେହ ରୋଗରେ ପୀଡିତଙ୍କ ସଂଖ୍ୟା ଥିଲା ୭ କୋଟି। ୪ ବର୍ଷ ମଧ୍ୟରେ ଆଉ ୩ କୋଟିରୁ ଅଧିକ ଲୋକ ଏହି ରୋଗର ଶିକାର ହୋଇଛନ୍ତି। ରିପୋର୍ଟରେ କୁହାଯାଇଛି ଏବେ ଦେଶରେ ୧୩ କୋଟି ୬୦ ଲକ୍ଷ ଲୋକ ପ୍ରାରମ୍ଭିକ ମଧୁମେହ ରୋଗର ପୀଡିତ ଅଛନ୍ତି। ଯାହା ଆମ ଦେଶର ଜନସଂଖ୍ୟାର ୧୫ ଦଶମିକ୍ ୩ ପ୍ରତିଶତ। ଗୋଆରେ ସର୍ବାଧିକ ୨୬ ଦଶମିକ୍ ୪ ପ୍ରତିଶତ ଲୋକ ଡାଏବେଟିସ ରୋଗରେ ପୀଡିତ ଥିବା ବେଳେ ପୁଡୁଚେରୀର ୨୬ ଦଶମିକ୍ ୩ ପ୍ରତିଶତ ଓ କେରଳରେ ୨୫ ଦଶମିକ୍ ୫ ପ୍ରତିଶତ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି।

ରିପୋର୍ଟ ଅନୁଯାୟୀ ଦେଶରେ ହାରାହାରି ୧୧ ଦଶମିକ ୪ ପ୍ରତିଶତ ଲେେକେ ମଧୁମେହ ରୋଗରେ ପୀଡ଼ିତ ଅଛନ୍ତି। ଉତ୍ତରପ୍ରଦେଶ, ବିହାର, ଅରୁଣାଚଂଳ ପ୍ରଦେଶ ଭଳି କମ ମଧୁମେହ ରୋଗୀ ଥିବା ରାଜ୍ୟରେ ଏହି ରୋଗ ବୃଦ୍ଧି ପାଇବ ବୋଲି କୁହାଯାଇଛି। ଜୀବନଶୈଳୀରେ ପରିବର୍ତ୍ତନ ନହେଲେ ମଧ୍ୟ ଯୁବପିଢୀ ଓ ପିଲାଙ୍କ ଠାରେ ଡାଏବେଟିସ୍ ରୋଗ ହେବାର ଆଶଙ୍କା ଅଧିକ ରହିଛି।

Leave a Reply

Your email address will not be published. Required fields are marked *

Back to top button