ବାହାନଗା : ଶବ ରଖାଯାଇଥିବା ସ୍କୁଲଘର ଭଙ୍ଗାଗଲା

ବାଲେଶ୍ଵର : ବାହାନଗାରେ ଟ୍ରେନ୍ ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିବା ହାଇସ୍କୁଲ ଗୃହକୁ ଭଙ୍ଗାଗଲା। ଆଗକୁ ସ୍କୁଲ ଖୋଲିବ। ପିଲାମାନଙ୍କ ମଧ୍ୟରେ ଭୟ ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ଖବର ଅନୁଯାୟୀ ସ୍କୁଲରେ ମୃତଦେହ ରଖାଯାଇଥିବାରୁ ପିଲାମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି। ସେଥିପାଇଁ ସ୍କୁଲ ଘର ଭାଙ୍ଗିବାକୁ ପରିଚାଳନା କମିଟି ଜିଲ୍ଲା ପ୍ରଶାସନକୁ ଅଗଗତ କରିଥିଲା। ଜିଲ୍ଲା ପ୍ରଶାସନ ଏନେଇ ସ୍କୁଲ୍ ଓ ଗଣଶିକ୍ଷା ବିଭାଗକୁ ଜଣାଇବା ପରେ ରାଜ୍ୟ ସରକାର ସ୍କୁଲ ଘର ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ। ଆଜି ସକାଳେ ପରିଚାଳନା କମିଟି ଉପସ୍ଥିତିରେ ସ୍କୁଲ ଘର ଭଙ୍ଗାଯାଇଛି।

Leave a Reply

Your email address will not be published. Required fields are marked *

Back to top button