Sat. Jul 20th, 2019

ଲିଙ୍ଗ ପରିବର୍ତ୍ତନ କରିଥିବା ପୁରୁଷଙ୍କୁ ମହିଳା ଏବଂ ମହିଳାଙ୍କୁ ପୁରୁଷ ବିଚାର କରାଯିବ : ହାଇକୋର୍ଟ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ହାଇକୋର୍ଟ ତରଫରୁ ପ୍ରଦେଶ ସରକାରଙ୍କୁ କୁହାଯାଇଛି ଯେ ଲିଙ୍ଗ ପରିବର୍ତ୍ତନ କରି ମହିଳା ପାଲଟିଥିବା ଜଣେ ପୁରୁଷଙ୍କୁ ମହିଳାଙ୍କ ନଜରରେ ହିଁ ଦେଖାଯିବ । କୋଟଦ୍ୱାର ସହ ସମ୍ବନ୍ଧୀତ ଏହି ମାମଲାରେ ଜଣେ ମହିଳା ହାଇକୋର୍ଟରେ ଯାଚିକା ଦାଖଲ କରିଥିଲେ । ଏହି ଯାଚିକା ମୁତାବକ , ମହିଳା ନିଜ ଭାବିସ୍ୱାମୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । କିନ୍ତୁ ଉତ୍ତରାଖଣ୍ଡର ପୋଲିସ୍ ଏହି କେସରେ ଅପ୍ରାକୃତିିକ ଯୌନ ଶୋଷଣର ମାମଲା ଦାଖଲ କରିଥିଲେ ।

ଯାଚିକା ଅନୁସାରେ ସୁପ୍ରିମକୋର୍ଟରେ ନାଲସା ବନାମ ୟୁନିୟନ୍ ଅଫ୍ ଇଣ୍ଡିଆର ନିର୍ଣ୍ଣୟ କଥା କହି ସ୍ପଷ୍ଟ କରିଥିଲେ ଯେ ଯେଉଁ ପୁରୁଷ ଲିଙ୍ଗ ପରିବର୍ତ୍ତନ କରି ମହିଳା ହୋଇଥିବେ ତାଙ୍କୁ ମହିଳା ବିଚାର କରାଯିବ ଏବଂ ଯେଉଁ ମହିଳା ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ହୋଇଥିବେ ତାଙ୍କୁ ପୁରୁଷ ବିଚାର କରାଯିବ । ତେବେ ପୋଲିସ୍ ଉକ୍ତ ମହିଳାଙ୍କୁ ମହିଳା ମାନୁନଥିବାରୁ ସରକାର ଯାଚିକା ଦାଖଲ କରିଥିବା ବ୍ୟକ୍ତିଙ୍କୁ ମହିଳା ମାନିବା ପାଇଁ ମନା କରିଦେଇଥିଲେ ଏବଂ କେନ୍ଦ୍ର ସରକାର ଏନେଇ କୌଣସି ଆଇନ୍ ଦାଖଲ କରିବେନାହିଁ ବୋଲି ମଧ୍ୟ କୁହାଯାଇଥିଲା । ତେବେ ଏନେଇ ଅଭିଯୁକ୍ତଙ୍କୁ ଜାମିନ୍ ମିଳିଯାଇଥିବା ବେଳେ ପୀଡିତା ପୁନଶ୍ଚ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

Leave a Reply

Your email address will not be published. Required fields are marked *