ମନ୍ତ୍ରିମଣ୍ଡଳରୁ ବିଦାହେଲେ ରୋହିତ ପୂଜାରୀ : ଅତନୁଙ୍କୁ ଉଚ୍ଚଶିକ୍ଷା ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟ ମନ୍ତ୍ରିମଣ୍ଡଳରୁ ବିଦାହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିଶ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏଏଜେଆଇ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଛନ୍ତି। ଶ୍ରୀ ପୂଜାରୀଙ୍କ ସ୍ଥାନରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ମିଳିଛି ଉଚ୍ଚାଶି ବିଭାଗର ଅତିରିକ୍ତ ଦାୟିତ୍ୱ। ତେବେ ଉଚ୍ଚ ଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ବାଦ୍ ଦେଇଥିବା କୁହାଯାଉଛି।

ଅନ୍ୟପକ୍ଷରେ ଚର୍ଚ୍ଚା ହେଉଛି ରୋହିତଙ୍କ ପାଇଁ ତାଙ୍କ ମନ୍ତବ୍ୟ ମହଙ୍ଗା ପଡ଼ିଲା। କାରଣ ରାଜନୀତି କ୍ଷେତ୍ରରେ ଅବସର ନେବାର କୌଣସି ବୟସ ସୀମା ସ୍ଥିର ହୋଇନି। ଏହାସତ୍ତ୍ଵେ ରେଢ଼ାଖୋଲ ବିଧାୟକ ତଥା ତତକାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ବିଧାନସଭା ନିର୍ବାଚନ ନଲଢ଼ିବା ଉଚିତ ବୋଲି ଯୁକ୍ତି ରଖିଥିଲେ। ତାଙ୍କର ଏହି ମନ୍ତବ୍ୟ ରେଢ଼ାଖୋଲ ନିର୍ବାଚମଣ୍ଡଳୀ ପାଇଁ ଆଶାୟୀ ବରିଷ୍ଠ ନେତାଙ୍କ ଉଦ୍ଦେଶ୍ୟରେ ଥିଲା ବୋଲି କୁହାଯାଉଛି। ତାହାଛଡା ବରିଷ୍ଠ-କନିଷ୍ଠ ବିବାଦ ପାଇଁ ରେଢ଼ାଖୋଲରେ ସାଂଗଠନିକ ସ୍ଥିତି ଦୁର୍ବଳ ହେଉଛି। ଏଭଳି ସ୍ଥିତି ଲାଗି ରହିଲେ ୨୦୨୪ ନିର୍ବାଚନରେ ରେଢାଖୋଲ ବିଧାନସଭା ‌କ୍ଷେତ୍ର ହାତଛଡ଼ା ହୋଇପାରେ। ଏପରି ସମ୍ଭାବନାକୁ ଦୃଷ୍ଟିରେ ରଖି ଦଳୀୟ କନ୍ଦଳର ପରିସମାପ୍ତି ଘଟାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋହିତଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇବାକୁ ନିଷ୍ପତ୍ତି ନେଇଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *

Back to top button