ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ଵର : ଉତ୍ତର-ପୂର୍ବ ବଙ୍ଗୋପସାଗର ମିଆଁମାର ଉପକୂଳରେ ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗ ଏହି ସୂଚନା ଦେଇଛି।

ପାଣିପାଗ ବିଭାଗ କହିଛି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରଟି ସୁଦୃଶ୍ୟ ଲଘୁଚାପରେ ପରିଣତରେ ହେବ। ଏହାପରେ ପ୍ରଭାବ କ’ଣ ରହିବ ଓ କେଉଁ ଦିଗକୁ ଗତି କରିବ ତାହା ସ୍ପଷ୍ଟଭାବେ ଜଣାପଡିବ। ତେବେ ଲଘୁଚାପ କ୍ଷେତ୍ରର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ଏହାର ପ୍ରଭାବରେ ମିଆଁମାର ଓ ଆଖପାଖ ଅଞ୍ଚଳରେ ବର୍ଷା ସହ ଘଡ଼ଘଡ଼ିର ସମ୍ଭାବନା ରହିଛି ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button