Fri. Sep 20th, 2019

ଲଞ୍ଚ ହେଲା ଉଷାର ବ୍ଲୁମ୍ ସିରିଜ୍ ଫ୍ୟାନ୍

ଭୁବନେଶ୍ୱର : ଭାରତର ଅନ୍ୟତମ ପ୍ରମୁଖ କଞ୍ଜ୍ୟୁମର ଡୁରାବଲ କମ୍ପାନି, ଉଷା ଇଂଟରନ୍ୟାସନାଲ, ଫୁଲ ଦ୍ୱାରା ଅନୁପ୍ରେରିତ ହୋଇ ସମ୍ପୂର୍ଣ୍ଣ ରେଞ୍ଜର ଉଷା ବ୍ଲୁମ୍ ସିରିଜ୍ ଫ୍ୟାନ୍ ବଜାର ପ୍ରବେଶ କରିଛି । ଚଳିତ ପାର୍ବଣ ଋତୁରେ ନିଜର ଗୁଡବା ଡଷ୍ଟଫ୍ୟାନ୍ ପୋର୍ଟଫୋଲିଓକୁ ପୁନଃ ମଜବୁତ କରିବାକୁ ଆସିଥିବା ଏହି ଫ୍ୟାନ୍ଗୁଡ଼ିକର ନାମ ଡାଫୋଡିଲ, ପ୍ରାଇମରୋଜ୍, ମାଗ୍ନୋଲିଆ, ଡାଲିଆ ଓ ଲିଲି ରହିଛି ।ଏ ସମ୍ପର୍କରେ ମତ ରଖି ଶ୍ରୀ ପ୍ରଣବ ମାଲହୋତ୍ରା, କାଟେଗୋରୀ ମାର୍କେଟିଂ ମୁଖ୍ୟ, ଫ୍ୟାନ୍ସ, ଉଷା ଇଂଟରନ୍ୟାସନାଲ ଲିମିଟେଡ୍ କହିଛନ୍ତି, “ବ୍ଲୁମ୍ ସିରିଜ୍ ଫ୍ୟାନ୍ଗୁଡ଼ିକ ଏତେ ଆକର୍ଷଣୀୟ ଯେ ଚଳିତ ପାର୍ବଣ ଋତୁରେ ଏଥିରୁ ଗୋଟିଏ ଘରକୁ ଆଣିବା ପାଇଁ ଏହା ଗ୍ରାହକଙ୍କୁ ଏକ ଉପଯୁକ୍ତ କାରଣ ଦେବ । ଏଗୁଡ଼ିକ ଚଳଚଂଚଳ, ରୂଚି ସମ୍ପନ୍ନ ଓ ଆକର୍ଷକ ଏବଂ ନିଶ୍ଚିତ ଭାବେ ଉଷା ଫ୍ୟାନ୍ ବିଶ୍ୱାସ ଆଧାରରେ ଉତମ ଗୁଣବତା ଓ ପ୍ରଦର୍ଶନର ପ୍ରତିଶ୍ରୁତି ସହ ଆସିଛି । ଏଣୁ ଯାଆନ୍ତୁ ଏବଂ ନିଜ ଘରେ ଏକ ଫୁଲ ଯୋଡ଼ିବା ପାଇଁ ଏଥିରୁ ଗୋଟିଏ କିଣି ଆଣନ୍ତୁ । ବ୍ଲୁମ୍ ସିରିଜ୍ ଫ୍ୟାନ୍ଗୁଡ଼ିକ ସ୍ପାର୍କଲ ଗ୍ରେ ଓ ବ୍ଲୁ, ସ୍ପାର୍କଲ ଗୋଲ୍ଡେନ ଓ ଚେରି, ସ୍ପାର୍କଲ ରେଡ୍ ଓ ବ୍ଲାକ୍ ଏବଂ ଗ୍ରେ ଓ ବ୍ଲାକ୍ ଭଳି ଯୋଡ଼ି ରଙ୍ଗରେ ଉପଲବ୍ଧ ।

Leave a Reply

Your email address will not be published. Required fields are marked *