କୋଇଲା ବୋଝେଇ ଟ୍ରେନ୍‌ ୱାଗନରେ ନିଆଁ

କଟକ : କଟକ ଜିଲ୍ଲା ଆଠଗଡ଼ ବ୍ଳକ ଅନ୍ତର୍ଗତ ରାଧାକିଶୋରପୁର ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନ ୱାଗନରେ ନିଆଁ ଲାଗି ଯାଇଥିଲା। ଆଠଗଡ଼ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଗତକାଲି ରାତିରେ କୋଇଲା ବୋଝେଇ ଟ୍ରେନ୍‌ଟି ଷ୍ଟେସନରେ ଛିଡ଼ା ହୋଇଥିଲା। ଏହାର ଗୋଟିଏ ୱାଗନରୁ ଧୂଆଁ ବାହାରୁଥିବା ଷ୍ଟେସନ କର୍ମଚାରୀମାନେ ଦେଖି ଆଠଗଡ଼ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇ ପାରିନଥିଲେ। ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବା ପରେ ନିଆଁ ଲିଭା ଯାଇଥିଲା। ତେବେ କୋଇଲା ବୋଝେଇ ଟ୍ରେନ୍‌ଟିରେ କେମିତି ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ।

ସେହିପରି ବାଲେଶ୍ୱର ରୂପସା ଷ୍ଟେସନରେ ଏକ ମାଲବାହୀ ଟ୍ରେନର ୱାଗନରେ ନିଆଁ ଲାଗିଯାଇଥିଲା। ଗୁରୁବାର ଛତିଶଗଡ଼ର ଦୁର୍ଗରୁ ଯାତ୍ରୀଙ୍କୁ ନେଇ ପୁରୀ ଆସୁଥିବା ଦୁର୍ଗ-ପୁରୀ ଏକ୍ସପ୍ରେସରେ କୋମାଖାନା ନିକଟରେ ନିଆଁ ଲାଗିଥିବା ନେଇ ଯାତ୍ରୀମାନେ ଦେଖିଥିଲେ। ଏଥିରେ କୌଣସି କ୍ଷତି ହୋଇ ନଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button