ଡ୍ରୋନ ସହାୟତାରେ ସୁରକ୍ଷାକର୍ମୀଙ୍କ ଉପରେ ନଜର ରଖୁଛନ୍ତି ନକ୍ସଲ

ଭୁବନେଶ୍ଵର : ଛତିଶଗଡ଼ ଓ ତେଲେଙ୍ଗାନାର ନକ୍ସଲମାନେ ଡ୍ରୋନ ସହାୟତାରେ ଯବାନନଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତରରେ ସକ୍ରିୟ ଥିବା ନକ୍ସଲ ସଂଗଠନ ପାଖରେ ୧୦ରୁ ଅଧିକ ଡ୍ରୋନ ଥିବା ସୂଚନା ମିଳିଛି। ସିଆରପିଏଫ୍ ଯବାନ ଅପରେସନ୍ ପାଇଁ ଯାଇଥିବା ବେଳେ ସୁକମା, ବିଜାପୁର ଓ ନାରାୟଣପୁରରେ ଡ୍ରୋନ୍ ଦେଖିବାକୁ ପାଇଥିବା ଜଣାପଡିଛି।

ଖବର ଅନୁଯାୟୀ ତେଲେଙ୍ଗାନାର ଚେର୍ଲା ନିକଟରେ ମାଓବାଦୀ ନାଗେଶ୍ୱରା ରାଓ, ମଲ୍ଲିକାର୍ଜୁନା ରାଓ ଓ ପଙ୍ଗୁଲୁ ଉମାଶଙ୍କରଙ୍କୁ ପୋଲିସ ଗିରଫ କରିବା ପରେ ଡ୍ରୋନ ସଂପର୍କିତ ସତ୍ୟତା ପଦାକୁ ଆସିଛି। ସେମାନଙ୍କଠାରୁ ଗୋଟିଏ ଡ୍ରୋନ୍ ଜବତ କରାଯାଇଥିବାରୁ ନକ୍ସଲମାନେ ଡ୍ରୋନ୍ ବ୍ୟବହାର କରଥିବା ସ୍ପଷ୍ଟ ହୋଇଛି।

Leave a Reply

Your email address will not be published. Required fields are marked *

Back to top button