ପେଟାନାଳ ଭିତ୍ତିପ୍ରସ୍ତର ରାଜନୀତି : ଦେବାଶିଷ ଓ ମୋକିମଙ୍କ ଟାର୍ଗେଟରେ ସୁବାସ ସିଂ

କଟକ : ସିଡିଏ ପେଟାନାଳ ଭିତ୍ତିପ୍ରସ୍ତର ସ୍ଥାପନକୁ ନେଇ ରାଜନୀତି। ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମେୟର ଓ ସିଏମସି କମିଶନର କାହିଁକି ଆଉ ଥରେ ଶିଳାନ୍ୟାସ କଲେ ତାହା ଜଣାପଡୁନି। କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଉଭୟ ମେୟର ଓ ଦେବାଶିଷଙ୍କୁ ସମାଲୋଚନା କରିଥିବା ବେଳେ ହୀନ ରାଜନୀତି ହେବା ଉଚିତ ନୁହେଁ ବୋଲି କହିଛନ୍ତି।

ଖବର ଅନୁଯାୟୀ ସିଡିଏ ପେଟାନାଳ ଭିତ୍ତିପ୍ରସ୍ତର ସ୍ଥାପନକୁ ନେଇ ବିଜେଡି ଓ କଂଗ୍ରେସ ନେତାଙ୍କ ଟାର୍ଗେଟ ହୋଇଛନ୍ତି ସିଏମ୍‌ସି ମେୟର ସୁବାସ ସିଂ। ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି ୨୦୨୧ ମସିହାରେ ଏହି ପ୍ରକଳ୍ପର ଡିପିଆର୍ ପ୍ରସ୍ତୁତ ହୋଇଥିଲା। ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ମେୟର ଓ ସିଏମସି କମିଶନର ପୁଣି ଶିଳାନ୍ୟାସ କାହିଁକି କଲେ ତାହା ଜଣାପଡୁନି। ତାହାଛଡା ଏହି କାର୍ଯ୍ୟକ୍ରମ ସରକାରୀ ନା ବ୍ୟକ୍ତିଗତ ତାହା ସୁବାସ ସିଂ କହିପାରିବେ ବୋଲି ଦେବାଶିଷ କଟାକ୍ଷ କରି କରିଛନ୍ତି।

ସେହିପରି କଂଗ୍ରେସ ବିଧାୟକ ମୋକିମ୍ କହିଛନ୍ତି ଯଦି ସିଡିଏ ପେଟା ନାଳ ଦେବାଶିଷଙ୍କ ଡ୍ରିମ୍ ପ୍ରୋଜେକ୍ଟ। ତାହାହେଲେ ୧୦ ବର୍ଷ ବିଧାୟକ ଥିବାବେଳେ ସେ କେମିତି କାମ କିଛି କଲେନି। ମେୟର ସୁବାସ ସିଂ ମେୟର ହେବା ପୂର୍ବରୁ ପ୍ରକଳ୍ପର ରୂପରେଖ ଚୂଡ଼ାନ୍ତ ହୋଇଥିଲା। ଏବେ ଯାହା ହେଉଛି ସେପରି ହୀନ ରାଜନୀତି ହେବା ଉଚିତ ନୁହେଁ। ପେଟା ନାଳର ଅଫିସିଆଲ୍‌ ଉଦ୍‌ଘାଟନ ହୋଇନାହିଁ। ଅଫିସିଆଲ୍‌ ଉଦ୍‌ଘାଟନ ହେଲେ ସମସ୍ତେ ଉପସ୍ଥିତ ରହିବେ ବୋଲି ମୋକିମ କହିଛନ୍ତି। ସୂଚନାଯୋଗ୍ୟ ଶନିବାର ଥିଲା ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ। ସ୍ଥାନୀୟ ନେତାଙ୍କୁ ଡକାଯାଇନଥିବାରୁ ବିବାଦ ସୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button