ରଥଯାତ୍ରାରେ ବିନା ଅନୁମତିରେ ଡ୍ରୋନ୍‌ ଉଡିବନି

ପୁରୀ : ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥ ମନ୍ଦିର ରେଡ୍‌ ଜୋନ୍‌ରେ ବିନା ଅନୁମତିରେ ଡ୍ରୋନ୍‌ ଉଡି ପାରିବ ନାହିଁ। ସୁରକ୍ଷାକୁ ଦ୍ରୁଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ଡ୍ରୋନ୍‌ ଉଡ଼ାଣ ଉପରେ କଟକଣା ଲାଗୁ କରାଯାଇଛି ବୋଲି ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଖବର ଅନୁଯାୟୀ ଶ୍ରୀଜଗନ୍ନାଥ ମନ୍ଦିର ରେଡ୍‌ ଜୋନ୍‌ରେ ଯାଉଥିବାରୁ ବିନା ଅନୁମତିରେ କେହି ଡ୍ରୋନ୍‌ ଉଡ଼ାଇ ପାରିବେ ନାହିଁ। ଏଥିସହ ୩ ରଥ ଓ ଗୁଣ୍ଡିଚା ମନ୍ଦିର ଉପରେ ମଧ୍ୟ ଡ୍ରୋନ୍‌ ଉଡ଼ାଣକୁ ବାରଣ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button