ଜଗନ୍ନାଥ ମନ୍ଦିରରୁ ମୂଲ୍ୟବାନ ସାମଗ୍ରୀ ଲୁଟ୍

ଚଣ୍ଡିଖୋଲ : ଧାନମଣ୍ଡଳ ସଞ୍ଜୟ ନଗର ନିକଟସ୍ଥ ଧନଘର ଜଗନ୍ନାଥ ମନ୍ଦିରରୁ ଲୁଟ୍। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଧନଘର ଜଗନ୍ନାଥ ମନ୍ଦିରର ମୁଖ୍ୟ ଗେଟ୍‌ କାଟି ଠାକୁରଙ୍କ ମୁକୁଟ, ଚିତା, ଗହଣ ଓ ପିତଳ ବାସନ ନେଇଯାଇଛନ୍ତି। ଏହାଛଡା ହୁଣ୍ଡି ବାକ୍ସରୁ ହୋଇଛି ଲୁଟ। ଯାହାର ଆନୁମାନିକ ମୂଲ୍ୟ ଦୁଇଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ମନ୍ଦିର ଟ୍ରଷ୍ଟ ପକ୍ଷରୁ ଚୋରି ସଂପର୍କରେ ବଡଚଣା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Back to top button