Fri. Sep 20th, 2019

ଅକ୍ଟୋବରରୁ ଏସବିଆଇର ନୂଆ ନିୟମ: ୩ ଥରରୁ ଅଧିକ ଟଙ୍କା ଜମାକଲେ ଦେବାକୁ ପଡିବ ଅତିରିକ୍ତ ଚାର୍ଜ

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ ଆସନ୍ତା ଅକ୍ଟୋବର ୧ ତାରିଖରୁ ନିଜ ସର୍ଭିସ ଚାର୍ଜରେ ପରିବର୍ତ୍ତନ କରିବାକୁ ଯାଉଛି। ଏଣିକି ବ୍ୟାଙ୍କରେ ଟଙ୍କା ଜମା, ଉଠାଣ, ଚେକ୍ ବ୍ୟବହାର, ଏଟିଏମ ଟ୍ରାନଜାକ୍ସନ ଆଦି ପାଇଁ ସର୍ଭିସ୍ ଚାର୍ଜ ଦେବାକୁ ପଡିବ। ଏହି ସର୍ଭିସ ଚାର୍ଜ ପରିବର୍ତ୍ତନ ସମ୍ପର୍କରେ ଏସବିଆଇ ଓ୍ବେବସାଇଟରେ ଏକ ସର୍କୁଲାର ଜାରି ହୋଇଛି।

ଏସବିଆଇ ତରଫରୁ ଜାରି ହୋଇଥିବା ସର୍କୁଲାର ଅନୁଯାୟୀ ଅକ୍ଟୋବର ୧ରୁ ମାସକ ଭିତରେ ନିଜ ଖାତାରେ ୩ ଥର  ମାଗଣାରେ ଟଙ୍କା ଜମା କରିପାରିବ। ଏହାଠାରୁ ଅଧିକ ହେଲେ ପ୍ରତି ଟ୍ରାନଜାକ୍ସନ ପାଇଁ ୫୦ ଟଙ୍କା (ଅତିରିକ୍ତ ଜିଏସଟି) ଚାର୍ଜ ଦେବାକୁ ପଡିବ। ବ୍ୟାଙ୍କ ସର୍ଭିସ ଚାର୍ଜ ଉପରେ ୧୨ ପ୍ରତିଶତ ଜିଏସଟି ଆଦାୟ କରିଥାଏ। ତେଣୁ ଚତୁର୍ଥ, ପଂଚମ କିମ୍ବା ଏହାଠୁ ଅଧିକ ଥର ଟଙ୍କା ଜମା କଲେ ପ୍ରତି ଥର ୫୬ ଟଙ୍କା ଅଧିକ ଦେବାକୁ ହେବ। କିନ୍ତୁ ବର୍ତ୍ତମାନ ଜମା କରିବା ଉପରେ କୌଣସି କଟକଣା ଜାରି କରାଯାଇନାହିଁ।   

ସେହିପରି ଏସବିଆଇ ଚେକ୍ ରିଟର୍ଣ୍ଣ ସହ ଜଡିତ ନିୟମ ବି କଡାକଡି ହୋଇଛି।୧ ଅକ୍ଟୋବର ପରେ କୌଣସି ଚେକ୍ କୌଣସି ଟେକନିକ କାରଣରୁ (ବାଉନ୍ସ ବ୍ୟତୀତ) ଫେରେ ତେବେ ଚେକ୍ ଜାରି କରିଥିବା ବ୍ୟକ୍ତିଙ୍କୁ ୧୫୦ ଟଙ୍କା ଓ ଅତିରିକ୍ତ ଜିଏସଟି ଚାର୍ଜ ଦେବାକୁ ପଡିବ। ଜିଏସଟିକୁ ମିଶାଇ ଏହି ଚାର୍ଜ ୧୬୮ ଟଙ୍କା ହେବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *