Fri. Sep 20th, 2019

ହଟ୍‌ ଅଭିନେତ୍ରୀ ଅମଲା ପଲ୍‌

ମୁମ୍ବାଇ : ସାଉଥ ଅଭିନେତ୍ରୀ ଅମଲା ପଲ୍‌। ଆକର୍ଷଣୀୟ ଫିଗର ଓ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ। ସୋସିଆଲ ମିଡିଆରେ ଅମଲାଙ୍କ ହଟ୍‌ ଫଟୋକୁ ଦର୍ଶକ କରୁଛନ୍ତି ପସନ୍ଦ।

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅମଲାଙ୍କୁ ମିଳିଛି ବେଶ ସଫଳତା। ତାଙ୍କର ଜନ୍ମ ୧୯୯୧ ମସିହା ଅକ୍ଟବର ମାସ ୨୬ ତାରିଖରେ। ୨୦୦୯ରେ ସେ ମଲାୟଲମ୍‌ ଫିଲ୍ମ ନୀଲାମଥାରାରେ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମ ଫିଲ୍ମରୁ ତାଙ୍କୁ ମିଳିଥିଲା ସଫଳତା। ଏହି ସିନେମା ମଲାୟଲମ୍‌ ଭାଷାରେ ରିଲିଜ ହେବା ପରେ ତାମିଲ ଓ ତେଲୁଗୁ ଭାଷାରେ ରିଲିଜ ହୋଇଥିଲା। ନିଜର ଅଭିନୟ ଓ ପ୍ରଦର୍ଶନ ପାଇଁ ତାଙ୍କୁ ଅନେକ ଆୱାର୍ଡ ମିଳିସାରିଛି। ଅମଲା ଫିଲ୍ମ ନିର୍ଦ୍ଦେଶକ ଏଏଲ୍‌ ବିଜୟଙ୍କୁ ବିବାହ କରିଥିଲେ। କିନ୍ତୁ ଉଭୟଙ୍କର ବିବାହ ବିଚ୍ଛେଦ ହୋଇସାରିଛି। ଏସବୁ ପରେ ବି ଅମଲା ଅଭିନୟ ଜଗତରେ ନିଜର ଦବଦବା ବଜାୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *