ଈରାଙ୍କୁ ବିବାହ କଲେ ପ୍ରଯୋଜକ ମଧୁ ମଣ୍ଟେନା
ମୁମ୍ବାଇ : ଲେଖିକା ଈରା ତ୍ରିବେଦୀ ଓ ଚଳଚ୍ଚିତ୍ର ନିର୍ମାତା ମଧୁ ମଣ୍ଟେନା ଆଜି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମଧୁ ଏକ ପାରମ୍ପାରିକ ଧୋତି ଓ କୁର୍ତ୍ତା ପିନ୍ଧିଥିବା ବେଳେ ଗୋଲାପୀ ରଙ୍ଗର କାଞ୍ଜୀବରମ ଶାଢ଼ି ପିନ୍ଧିଛନ୍ତି ଈରା। ଶାଢ଼ି ସହ ପିନ୍ଧିଥିବା ସୁନାର କମର ପଟି ବେଶ ସୁନ୍ଦର ଲାଗୁଛନ୍ତି।
ଈରା ତ୍ରିବେଦୀ ଇନଷ୍ଟାଗ୍ରାମରେ ସେୟାର କରିଥିବା ବିବାହ ଫଟୋରେ ଦୁହେଁ ପରସ୍ପରକୁ ଫୁଲମାଳ ପକାଉଥିବା ଓ ସାତ୍ ଫେରା ନେଉଥିବା ଦେଖିବାକୁ ମିଳିଛି। ଈରା କ୍ୟାପସନ୍ ଦେଇ ଲେଖିଛନ୍ତି “ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇଛି”। ମଧୁ ଓ ଈରା ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଥିଲେ। ମଧୁ ଗଜନି, ଅଗଲି ଓ କୁଇନ ଭଳି ଲୋକପ୍ରିୟ ସୁପରହିଟ୍ ଫିଲ୍ମ ନିର୍ମାଣ କରିଥିଲେ। ଏହା ପୂର୍ବରୁ ମଧୁ ଡିଜାଇନର୍ ମସାବା ଗୁପ୍ତାଙ୍କୁ ବିବାହ କରିଥିଲେ ହେଁ ୨୦୧୯ରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ।
ମଧୁଙ୍କଠାରୁ ଅଲଗା ହେବା ପରେ ଚଳିତ ବର୍ଷ ଜାନୁଆରିରେ ମସାବା ପ୍ରେମିକ ସତ୍ୟଦୀପ ମିଶ୍ରାଙ୍କୁ ବିବାହ କରିଥିଲେ। ଦୁହେଁ ପରିବାର ଲୋକଙ୍କ ଉପସ୍ଥିତିରେ କୋର୍ଟରେ ହୋଇଥିଲା ବିବାହ। ମସାବାଙ୍କ ବିବାହରେ ତାଙ୍କ ବାପା ଭିଭି ରିଚାର୍ଡ ଓ ସାବତ ବାପା ବିବେକ ମେହରା ମଧ୍ୟ ଉପସ୍ଥିତ ଥିଲେ।