ବିଦ୍ୟୁତ୍ କାଟର ପ୍ରତିବାଦ : ବିଞ୍ଚଣା ଓ ଲଣ୍ଠନ ଧରି ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ଵର : ରାଜ୍ୟରେ ଅଘୋଷିତ ବିଦ୍ୟୁତ୍ କାଟର ବିରୋଧ କରିଛି ଛାତ୍ର କଂଗ୍ରେସ। ଲଣ୍ଠନ ଓ ବିଞ୍ଚଣା ଧରି ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ଭୁବନେଶ୍ୱର ବାସଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଉ ଘର ଉପରକୁ ହୋଇଛି ଟମାଟୋ ମାଡ଼।

ଛାତ୍ର କଂଗ୍ରେସ ଅଭିଯୋଗ କରିଛି ଶକ୍ତି ବିଭାଗକୁ ସରକାର ଗୁରୁତ୍ୱ ଦେଉନାହାନ୍ତି। ବିଦ୍ୟୁତ କାଟ୍ ପ୍ରସଙ୍ଗକୁ ନେଇ ଶକ୍ତିମନ୍ତ୍ରୀ ଅବହେଳା ପ୍ରଦର୍ଶନ କରୁଛନ୍ତି। ଅସହ୍ୟ ଗରମରେ ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ବେଳେ ଅଘୋଷିତ ବିଜୁଳି କାଟ ସେମାନଙ୍କୁ କଷ୍ଟ ବଢ଼ାଉଛି। ବିତରଣ କମ୍ପାନି ମନଇଛା ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ କରୁଛନ୍ତି। କିନ୍ତୁ ଏହାକୁ ଶକ୍ତିମନ୍ତ୍ରୀ ସ୍ଵୀକାର କରିବାକୁ ପ୍ରସ୍ତୁତ ନୁହନ୍ତି। ଯାହାର ପ୍ରତିବାଦରେ ଏହି ବିକ୍ଷୋଭ କରାଯାଉଛି।

ଅନ୍ୟପକ୍ଷରେ ଅଘୋଷିତ ବିଦ୍ୟୁତ୍ କାଟ୍ ପ୍ରତିବାଦରେ ପୁରୀ ଜିଲ୍ଲା ପିପିଲି ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଆଗରେ ଲୋକେ ପ୍ରତିବାଦ କରୁଥିବା ଜଣାପଡିଛି। ମରାମତି ଆଳରେ ପିପିଲିରେ ବିଦ୍ୟୁତ୍ କାଟ୍ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ପ୍ରତିଦିନ ୮ରୁ ୧୦ ଘଣ୍ଟା ଅଘୋଷିତ ବିଦ୍ୟୁତ୍ କାଟ୍ ହେଉଥିବା ପିପିଲି-ଡେଲାଙ୍ଗ ଜନ କଲ୍ୟାଣ ମଞ୍ଚ ଅଭିଯୋଗ ଆଣିଛି। ଏନେଇ ପୂର୍ବରୁ ପିପିଲି ବିଧାୟକ ଓ ଶକ୍ତି ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନମିିଳିବାରୁ ଶତାଧିକ ଉପଭୋକ୍ତା ଆନ୍ଦୋଳନକୁ ଓହ୍ଲାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button