ଫୁଲବାଣୀ : ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ

ଫୁଲବାଣୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଫୁଲବାଣୀ ଡାକପାଲାରେ ଗୁଳିକାଣ୍ଡ ଘଟିଛି। ମଝିଆ ସାହିର ଯୁବକ ଅଜିତ ପ୍ରଧାନଙ୍କୁ ଉପରସାହିର ବୀଜବନ ବିନ୍ଧାଣୀ ଦୁଇ ରାଉଣ୍ଡ ଗୁଳି ମାରିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଅଜିତଙ୍କୁ ପ୍ରଥମେ ଫୁଲବାଣୀ ମେଡିକାଲ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅଭିଯୁକ୍ତ ଫେରାର ଥିବାରୁ ଫୁଲବାଣୀ ଟାଉନ ଥାନା ପୋଲିସ ଧରିବାକୁ ଚେଷ୍ଟା ଚଳାଇଛି।

ଆହତଙ୍କ ପରିବାର ଲୋକେ କହିଛନ୍ତି ଅଜିତ ଗତରାତିରେ ଉପରସାହିରେ ରହୁଥିବା ତାଙ୍କ ମା’ଙ୍କ ପାଖକୁ ଯାଇଥିଲା। ଏହି ସମୟରେ ବୀଜବନ ବିନ୍ଧାଣୀ ତାଙ୍କୁ ଏକୁଟିଆ ଦେଖି ଗୁଳି ମାରିଥିଲା। ଗୁଳି ଶବ୍ଦ ଶୁଣି ସାହିଲୋକ ଅଜିତଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ। ଏହି ସମୟରେ ବୀଜବନ ଫେରାର ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button