Fri. Sep 20th, 2019

ସେକ୍ସ ଥିଲା ମଡେଲ ପଦ୍ମାଲକ୍ଷ୍ମୀଙ୍କ ବିବାହ ବିଚ୍ଛେଦର କାରଣ

ମୁମ୍ବାଇ : ସୁପର ମଡେଲ୍ ପଦ୍ମାଲକ୍ଷ୍ମୀ। ଭାରତୀୟ ହୋଇ ବି ସେ ହଲିଉଡ ଓ ବଲିଉଡ ଫିଲ୍ମରେ କାମ କରି ସାରିଛନ୍ତି। ଆନ୍ତର୍ଜାତୀୟ ବ୍ରାଣ୍ଡର ଆମ୍ବାସାଡର ପଦ୍ମା ବିବାହ କରିଥିଲେ ଜଣାଶୁଣା ଲେଖକ ୫୧ବର୍ଷ ବୟସ୍କ ସଲମାନ ରଶଦିଙ୍କୁ। ସେତେବେଳେ ପଦ୍ମାଙ୍କୁ ହୋଇଥିଲା ମାତ୍ର ୨୮ବର୍ଷ। ଏହି ବିବାହ ମାତ୍ର ୩ବର୍ଷ ତିଷ୍ଠିଥିଲା। ଏକ ଅଟୋବାୟୋଗ୍ରାଫି ଅବସରରେ ପଦ୍ମାଲକ୍ଷ୍ମୀ ସ୍ଵୀକାର କରିଛନ୍ତି ସେକ୍ସ ଥିଲା ତାଙ୍କର ବିବା ବିଚ୍ଛେଦର ମୁଖ୍ୟ କାରଣ।

ମଡେଲ, ଅଭିନୟ ଏବଂ ଟେଲିଭିଜନ ସଞ୍ଚାଳିକା ପଦ୍ମା ଲକ୍ଷ୍ମୀଙ୍କ ଜନ୍ମ ୧୯୭୦ମସିହା ସେପ୍ଟେମ୍ବର ୧ତାରିଖରେ ହୋଇଥିଲା ତାମିଲନାଡ଼ୁର ଅୟଙ୍ଗର ବ୍ରାହ୍ମଣ ପରିବାରରେ। ପିଲାଦିନ କଟିଥିଲା ନ୍ୟୁୟର୍କରେ। ମାଆ-ବାପାଙ୍କ ବିଚ୍ଛେଦ ପରେ ପଦ୍ମାଙ୍କ ମାଆଙ୍କ ପାଖରେ ନ୍ୟୁୟର୍କରେ ରହୁଥିଲେ। ୧୮ବର୍ଷ ବୟସରେ ଆରମ୍ଭ କରିଥିଲେ ମଡେଲିଂ। ଥରେ ଛୁଟି ସମୟରେ ପଦ୍ମା ସ୍ପେନ ମାଦ୍ରିଦର କ୍ୟାଫେରେ ବସିଥିବା ବେଳେ ଜଣେ ମଡେଲିଂ ଏଜେଣ୍ଟଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ତା ପରଠୁ ପଦ୍ମା ମଡେଲିଂ ଜଗତରେ ପାଦ ଦେଇଥିଲେ।

୨୦୦୫ ମସିହାରେ ‘ବୁମ’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ ପଦ୍ମା। ସେହି ଫିଲ୍ମରୁ କ୍ୟାଟରିନା କୈଫ ବି ଡେବ୍ୟୁ କରିଥିଲେ। ସିନେମାର ମୁଖ୍ୟ ଭୂମିକାରେ ଥିଲେ ଅମିତାଭ ବଚ୍ଚନ। ଶୀଲା ବାର୍ଡ଼େଜଙ୍କ ଭୂମିକାରେ ଅଭିନୟ କରିଥିଲେ ପଦ୍ମା।

ପଦ୍ମା ଓ ସଲମାନଙ୍କର ପ୍ରଥମ ସାକ୍ଷାତ ହୋଇଥିଲା ୧୯୯୯ମସିହାରେ। ୨୦୦୪ମସିହାରେ କରିଥିଲେ ବିବାହ। ସଲମାନଙ୍କ ପରେ ପଦ୍ମା ଆଇଏମଜି କମ୍ପାନୀର ମୁଖ୍ୟ ତଥା ଧନୀ ଟ୍ରେଡ ସ୍ପୋର୍ଟସମ୍ୟାନଙ୍କୁ ବିବାହ କରିଥିଲେ। ଏବେ ତାଙ୍କ ପାଖରେ ଅଛି ୬ବର୍ଷର ଝିଅ କୃଷ୍ଣା।

Leave a Reply

Your email address will not be published. Required fields are marked *