ମଣିପୁରରେ ସାନି ହିଂସା : ୯ ମୃତ, ୧୦ ଆହତ

ଇମ୍ଫାଲ୍‌ : ମଣିପୁର ପୂର୍ବ ଇମ୍ଫାଲ୍‌ ଓ କାଙ୍ଗପୋକ୍‌ପି ଜିଲ୍ଲା ସୀମାନ୍ତ ଅଗିଜାନ୍ ଗାଁ’ରେ ସାନି ହିଂସାକାଣ୍ଡ ଘଟି ୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ୧୦ଜଣ ଆହତ ହୋଇଛନ୍ତି।

ପୋଲିସର କହିବା ଅନୁଯାୟୀ ମଙ୍ଗଳବାର ରାତି ୧୦ରୁ ୧୦.୩୦ ମଧ୍ୟରେ ଦଳେ ସଶସ୍ତ୍ର ଆକ୍ରମଣକାରୀ ଆସି ଗାଁ ଚାରିପଟେ ଘେରିଯାଇ ଆକ୍ରମଣ କରିଥିଲେ। ସେମାନଙ୍କୁ ପ୍ରତିଆକ୍ରମଣ କରିବା ପାଇଁ ତୁରନ୍ତ ନିରାପତ୍ତା ବଳ ସେ ଅଞ୍ଚଳରେ ପହଞ୍ଚିଯିବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ କେତେକଙ୍କ ଦେହରେ ଗୁଳିଜନିତ ଏକାଧିକ କ୍ଷତ ଓ କଟା ଦାଗ ରହିଛି। ଆହତମାନଙ୍କୁ ଇମ୍ଫାଲ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣକ ସଙ୍କଟାପନ୍ନ ଥିବା କଥା ପୂର୍ବ ଇମ୍ଫାଲ୍‌ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ କେ. ଶିବକାନ୍ତ ସିଂହ କହିଛନ୍ତି। ଏବେ ସେ ଅଞ୍ଚଳର ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button