Fri. Sep 20th, 2019

ଗୋଟିଏ ପରିବାରର ସଦସ୍ୟଙ୍କ ସଂଖ୍ୟା ୧୮୧

ବର୍ତ୍ତମାନ ସମାଜରେ ଛୋଟ ପରିବାର ସମସ୍ତଙ୍କର ପସନ୍ଦ। ପରିବାର କହିଲେ ଆମେ ଦୁଇ ଆମର ଏକ। କମିଚାଲିଛି ବଡ ପରିବାର ସଂଖ୍ୟା। ଅଧିକ ଲୋକଙ୍କୁ ନେଇ ଚଳିବାକୁ କେହି ଆଉ ଚାହୁଁ ନାହାଁନ୍ତି। କିନ୍ତୁ ଆମେ ଏଠାରେ ଏକ ବଡ ପରିବାର କଥା କହିବାକୁ ଯାଉଛୁ। ଯାହାର ସଦସ୍ୟ ସଂଖ୍ୟା ୧୮୧। ଭାରତର ଏହି ପରିବାର ଗିନୀଜ ବୁକ୍‌ରେ ରେକର୍ଡ କରିଛି।

ଯେଉଁ ପରିବାର କଥା କୁହା ଯାଉଛୁ ତାହାର ମୁଖିଆ ହେଉଛନ୍ତି ଜିୟୋନା ଚାନା। ମିଜୋରାମର ରାଜଧାନୀ ଆଇଜୋଲଠାରୁ ୧୦୦ କିଲୋମିଟର ଦୂର ସେରଛିପ୍‌ ଜିଲ୍ଲାର ବଖ୍‌ତୱାଙ୍ଗରେ ସେ ବସବାସ କରନ୍ତି। ତାଙ୍କର ୨୧ ଜଣ ପତ୍ନୀ। ପୁଅ-ବୋହୂ ୨୮ ଓ ନାତି-ନାତୁଣୀ ୩୩। ସମସ୍ତଙ୍କୁ ମିଶାଇ ପରିବାର ସଂଖ୍ୟା ୧୮୧। ୧୯୪୫ ଜୁଲାଇ ୨୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଜିୟୋନା ଚାନା। ସେ କ୍ରିଷ୍ଟଧର୍ମର। ଚାନା ପାୱାଲ ସହ ଦୀର୍ଘଦିନରୁ ସେ ଜଡିତ ରହିଛନ୍ତି। ଏହି ଧର୍ମ ତାଙ୍କୁ ଏକାଧିକ ଯୁବତୀଙ୍କୁ ବିବାହ କରିବା ପାଇଁ ଅନୁମତି ଦେଇଥିଲା।

୧୭ ବର୍ଷ ବୟସରେ ଜିୟୋନା ପ୍ରଥମ ବିବାହ କରିଥିଲେ। ଯାହାଙ୍କୁ ବିବାହ କରିଥିଲେ ସେ ତାଙ୍କଠାରୁ ୩ ବର୍ଷ ବଡ଼। ଗୋଟିଏ ବର୍ଷ ଭିତରେ ସେ ଆଉ ୧୦ ଜଣ ଯୁବତୀଙ୍କୁ ବିବାହ କରିଥିଲେ। ରୋଟେସନ ଅନୁସାରେ ପ୍ରତ୍ୟେକ ପତ୍ନୀଙ୍କ ପାଖରେ ଗୋଟେ ସପ୍ତାହ ରହୁଥିଲେ।

ବଡ ପରିବାର ପାଇଁ ସେ ଘର ବି ତିଆରି କରିଛନ୍ତି। ସେଥିରେ ରହିଛି ୧୦୦ଟି ରୁମ୍। ଏହି ଘରର ନାଁ ଦେଇଛନ୍ତି ଛୌନ ଥର୍ ରନ୍। ପରିବାର ସଦସ୍ୟ ଖାଇବା ପାଇଁ ୫୦ଟି ଟେବୁଲର ବ୍ୟବସ୍ଥା ରହିଛି। ପ୍ରଥମ ପତ୍ନୀ ଚଳାଉଛନ୍ତି ଘର। ତାଙ୍କ ଆଦେଶରେ ଘରର ସବୁ କାମ ହେଉଛି। ଘର ଓ ବାହାରର ଦୈନନ୍ଦିକ କାମଗୁଡିକୁ ପରିବାର ସମସ୍ତ ସଦସ୍ୟଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି। ପୂଜା ପାଇଁ ଭୋର ୫ଟାରେ ସସସ୍ତେ ବିଛଣା ଛାଡିବେ। ରାତି ୯ଟାରେ ପରିବାର ସମସ୍ତ ସଦସ୍ୟ ଶୋଇବେ। ଏତେ ବଡ ପରିବାରରେ ଏ ନିୟମ ପାଳନ ହେଉଛି। ଯୌଥ ପରିବାରରେ ରହିଲେ କଣ ସୁବିଧା ଏମାନଙ୍କ ଠାରୁ ଶିକ୍ଷା କରିବା ଉଚିତ।

Leave a Reply

Your email address will not be published. Required fields are marked *