Fri. Sep 20th, 2019

୨୫ବର୍ଷ ପରେ ପୁଣି ବିବାହ କରିବେ ପୂଜା

ମୁମ୍ବାଇ : ୪୮ବର୍ଷ ବୟସରେ ପୁଣି ବିବାହ କରିବେ ଅଭିନେତ୍ରୀ ପୂଜା ବେଦୀ। ଗତ ଫେବୃୟାରୀ ମାସରେ ପିଲାଦିନର ସାଙ୍ଗ ମନିକ କଣ୍ଟ୍ରାକ୍ଟରଙ୍କ ନିର୍ବନ୍ଧ ସରିଛି। ସେ ଗୋଆରେ ରହୁଛନ୍ତି। ଉଭୟଙ୍କର ସାକ୍ଷାତ ଗୋଆରେ ହୋଇଥିଲା। ଦୁ​ହେଁ ପିଲାଦିନର ସାଙ୍ଗ। ହିମାଚଳ ପ୍ରଦେଶର ଦ ଲରେନ୍ସ ସ୍କୁଲ ସନାୱରରେ ଏକାଠି ପଢ଼ୁଥିଲେ। ମନିକ ପୂଜାଙ୍କଠୁ ୩ବର୍ଷ ସିନିୟର ଥିଲେ। ସେତେବେଳେ ଦୁହେଁ ପରସ୍ପରକୁ ଏତେ ଚିହ୍ନିନଥିଲେ। ଆଗକୁ ହେବେ ପତି-ପତ୍ନୀ।

ପୂଜା ବେଦୀ ୧୯୯୪ ମସିହାରେ ଫରହାନ ଫର୍ଣ୍ଣିଚରୱାଲାଙ୍କୁ ପ୍ରଥମେ ବିବାହ କରିଥିଲେ। ଦୁଇ ସନ୍ତାନଙ୍କୁ ଜନ୍ମ ଦେବା ପରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଥିଲା। ଏହାର ୨୫ ବର୍ଷ ପରେ ସେ ପୁଣି ବିବାହ କରିବାକୁ ଯାଉଥିବା ବେଳେ ଝିଅ ଆଲିୟା ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *