ରାତିରେ ପାହାଡ଼ ଉପରେ ଶୁଭୁଥିଲା ଶିଶୁଙ୍କ କ୍ରନ୍ଦନ

ନୂଆଦିଲ୍ଲୀ : ଉଦୟପୁର ପାହାଡ ଉପରୁ ରାତିରେ ଶୁଣାଯାଉଥିଲା ଶିଶୁଙ୍କ କ୍ରନ୍ଦନ। ଯାହା ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଘଟଣା ସମ୍ପର୍କରେ ଜାଣିବା ପାଇଁ ସମସ୍ତଙ୍କର ଇଚ୍ଛା ଥିଲେ ମଧ୍ୟ କେହି ଯିବାକୁ ସାହସ ଯୁଟାଇ ପାରିନଥିଲେ। କଥା ପହଞ୍ଚିଥିଲା ଜିଲ୍ଲାପାଳଙ୍କ ନିକଟରେ। ଗ୍ରାମବାସୀ ଓ ଅଧିକାରୀ କାନ୍ଦିବା ଶବ୍ଦ ଶୁଣାଯାଉଥିବା ସ୍ଥାନରେ ପହଞ୍ଚିବାରୁ ପ୍ରକୃତ ଘଟଣା ସାମ୍ନାକୁ ଆସିଛି।

ଖବର ଅନୁଯାୟୀ ଉଦୟପୁରର ପାହାଡ ଉପରେ ଶିଶୁର କାନ୍ଦଣା ରାତିରେ ଶୁଣାଯାଉଥିଲା। ଗ୍ରାମବାସୀଙ୍କ କହିବ କଥା ଦିନରେ ଗାଡ଼ିମଟର ଚାଲୁଥିବାରୁ ଶିଶୁଙ୍କ କାନ୍ଦଣା ଶୁଣାଯାଉନଥିଲା। କିନ୍ତୁ ରାତି ହେଲେ ଶୁଭୁଥିଲା। ଯେଉଁଦିନ ପ୍ରଥମେ ଲୋକେ କାନ୍ଦଣା ଶୁଣିଲେ କିଛି ବୁଝିପାରି ଏହାକୁ ଅଣ‌ଦେଖା କରିଥିଲେ। ହେଲେ ଦ୍ଵିତୀୟ ରାତିରେ ଶୁଣିବା ପରେ ଗ୍ରାମବାସୀ ପରସ୍ପର ସହିତ ଘଟଣାକୁ ଆଲୋଚନା କରିଥିଲେ। ଆଉ ସ୍ଥିର କରିଥିଲେ ତୃତୀୟ ରାତି‌ରେ ଯଦି ଏମିତି କାନ୍ଦିବା ଶୁଣାଯାଏ ତେବେ ସେମାନେ ଘଟଣାସ୍ଥଳକୁ ଯିବେ। ସେଦିନ ସମାନ ଘଟଣା ଘଟିବାରୁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଖବର ଦେଇଥିଲେ।

ଜିଲ୍ଲାପାଳ ତାରଚନ୍ଦ ମିଣାଙ୍କ କହିଛନ୍ତି ଏ ସମ୍ପର୍କରେ ଖବର ପାଇବା ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଞ୍ଚଜଙ୍ଗଲ ମଝିରେ ପଡ଼ିଥିବା ପଥର ଉପରେ ବିଛା ହୋଇଥିଲା ଏକ ଚାଦର। ତା’ଉପରେ ଦୁଇଟି ନବଜାତ ଶିଶୁ ପଡ଼ିଥିବା ଦେଖିବାକୁ ମିଳିଥିଲା। ନବଜାତକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯିବାରୁ ମା’ ପଥରରେ ଅଧିକାରୀମାନଙ୍କୁ ପିଟିବା ପାଇଁ ଗୋଡ଼ାଇଥିଲେ। ତେଣୁ
ଅଧିକାରୀମାନେ ମା’ଙ୍କୁ ଉଦ୍ଧାର କରି ଗାଡ଼ିରେ ବସାଇବା ପରେ ନବଜାତକଙ୍କୁ ଧରି ଏମବି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ମା’ ଓ ଶିଶୁ ସୁସ୍ଥ ଅଛନ୍ତି। ଆଉ ଜଣାପଡ଼ିଛି ପ୍ରସୂତିଙ୍କ ମାନସିକ ସ୍ଥିତି ଠିକ ନାହିଁ। ଗତ ସୋମବାର ମହିଳା ଜଣକ ଯାଆଁଳା ସନ୍ତାନକୁ ଜନ୍ମ ଦେଇଥି‌ଲେ। ଡାକ୍ତର କହିଛନ୍ତି ଜନ୍ମ ପରେ ସଠିକ ଯତ୍ନ ନିଆଯାଇନି। ଏହାସତ୍ତ୍ଵେ ପ୍ରବଳ ଗରମ ଓ ଭୋକଶୋଷରେ ନବାଜତ ଶିଶୁ ଓ ତାର ମା’ କିଭଳି ବଞ୍ଚି ରହିଲେ ଆଶ୍ଚର୍ଯ୍ୟ ଲାଗୁଛି। ଏହା ଭଗବାନଙ୍କର ଆର୍ଶୀବାଦ ଛଡ଼ା ଆଉ କିଛି ନୁହେଁ।

ସ୍ଥାନୀୟ ଲୋକେ କହିଛନ୍ତି ମହିଳାଙ୍କ ସ୍ଵାମୀଙ୍କର ତିନିବର୍ଷ ତଳେ ମୃତ୍ୟୁ ଘଟିଛି। ସେହିଦିନଠାରୁ ସେପାହାଡ ଉପରେ ବସବାସ କରନ୍ତି। ଭୋକ ଲାଗିଲେ ତଳକୁ ଆସିନ୍ତି। ଜମିରେ କାମ କରୁଥିବା ଲୋକେ ତାଙ୍କୁ ଖାଇବାକୁ ଦେଇଥାନ୍ତି। ଗତ ତିନିଦିନ ହେବ ସେ ତଳକୁ ଓହ୍ଲାଇନଥିଲେ। ମହିଳାଙ୍କ ଅବସ୍ଥା ଦେଖି ତାଙ୍କୁ କେହି ଦୁଷ୍କର୍ମ କରିଥିବା ଅନୁମାନ କରାଯାଉଛି। ଏହି ଦିଗରେ ତଦନ୍ତ ଆରମ୍ଭ ପାଇଁ ପୋଲିସ ଏକ ଟିମ ଗଠନ କରିଛି।

Leave a Reply

Your email address will not be published. Required fields are marked *

Back to top button