ଆଗୁଆ ସାଧାରଣ ନିର୍ବାଚନ ହୋଇପାରେ : ନୀତୀଶ

ପାଟନା : ବର୍ଷକ ପରେ ହେବ ୨୦୨୪ରେ ଲୋକସଭା ନିର୍ବାଚନ। କିନ୍ତୁ ସମୟ ପୂର୍ବରୁ ଏହା ହୋଇପାରେ। ଏହି ଆଶଙ୍କା ପ୍ରକାଶ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।

ବୁଧବାର ପାଟନାରେ ବିଭିନ୍ନ ସରକାରୀ ଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ ନୀତୀଶ କୁମାର। ଏହି ଅବସରରେ ସେ ଆଗୁଆ ଲୋକସଭା ନିର୍ବାଚନ ହେବାର ସମ୍ଭାବନା ପ୍ରକାଶ କରିବ ସହିତ ଅଧିକାରୀମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଖବର ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ନୀତିଶ କୁମାର ଅଧିକାରୀମାନଙ୍କୁ କହିଥିଲେ ଆପଣ କହୁଛନ୍ତି ଆମେ ଜାନୁଆରୀ ୨୦୨୪ ସୁଦ୍ଧା ଏହା କରିବୁ। କିନ୍ତୁ ଆମେ ଅନୁରୋଧ କରିବୁ ଆପଣ ଶୀଘ୍ର କରନ୍ତୁ। ଯେତେ ଶୀଘ୍ର ହେବ ସେତେ ଭଲ ହେବ। କାରଣ ନିର୍ବାଚନ କେବେ ହେବ ତାହା କେହି ଜାଣନ୍ତି କି ? ଆସନ୍ତା ବର୍ଷ ନିର୍ବାଚନ ହେବ ବୋଲି କିଛି ଧାର୍ଯ୍ୟ ଅଛି କି ? ହୋଇପାରେ ତା’ ପୂର୍ବରୁ ନିର୍ବାଚନ ବିଗୁଲ ବାଜିପାରେ ? ତେଣୁ ଶୀଘ୍ର କାମ କରନ୍ତୁ।

Leave a Reply

Your email address will not be published. Required fields are marked *

Back to top button