କୋଲକାତା ଏୟାରପୋର୍ଟରେ ଅଗ୍ନିକାଣ୍ଡ

କୋଲକାତା : କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ଏୟାରପୋର୍ଟର ସିକ୍ୟୁରିଟି ଚେକ-ଇନ କାଉଣ୍ଟର ଅଂଚଳରେ ନିଆଁ ଲାଗିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ୩ଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଏୟାରପୋର୍ଟର ସିକ୍ୟୁରିଟି ଚେକ-ଇନ ନିକଟରେ ଥିବା ଡି-ପୋର୍ଟାଲ ଏରିଆରେ ରାତି ୯ଟା ୧୦ ମିନିଟରେ ନିଆଁ ଲାଗିଥିଲା। ସେହି ଅଂଚଳରେ ଥିବା କର୍ମଚାରୀ ଓ ଯାତ୍ରୀମାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ତେବେ କିଛି କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଇଲେକ୍ଟ୍ରିକ ସର୍ଟ ସର୍କିଟ ଯୋଗୁଁ ଏହା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button