ଅନୈତିକ ସମ୍ପର୍କ : ପ୍ରେମିକ ଓ ବିଧବାଙ୍କୁ ଲୋକେ ଗାଁ ଦାଣ୍ଡରେ ବୁଲାଇଲେ

ଅନୁଗୋଳ : ଅନୈତିକ ସମ୍ପର୍କ ପାଇଁ ପ୍ରେମିକ ଓ ବିଧବା ମହିଳାଙ୍କୁ ବାନ୍ଧି ଲୋକେ ଗାଁ ଦାଣ୍ଡରେ ବୁଲାଇଥିଲେ। ଯାହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହେଉଛି। ଏହି ଭିଡିଓ ଅନୁଗୋଳ ଜିଲ୍ଲାର ବୋଲି କୁହାଯାଇଛି।

ଖବର ଅନୁଯାୟୀ ତାଳଚେର ଥାନା ଅଞ୍ଚଳର ମୀନା (ଛଦ୍ମନାମ)ଙ୍କ ସ୍ୱାମୀଙ୍କର ଦୁଇବର୍ଷ ତଳେ ମୃତ୍ୟୁ ଘଟିଥିଲା। ସ୍ଵାମୀଙ୍କ ମୃତ୍ୟୁ ପରେ ସେ ଶାଶୂ ଘରେ ରହି ଏକ ଘରୋଇ କମ୍ପାନୀରେ ଅସ୍ଥାୟୀ ସୁରକ୍ଷା କର୍ମୀ ଭାବେ କାମ କରୁଥିଲେ। ଏହାରି ଭିତରେ ଫେସ୍‌ବୁକରେ ତାଙ୍କର ଜଣଙ୍କ ସହିତ ବନ୍ଧୁତା ସ୍ଥାପନ ଓ ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଆଜି ଶାଶୂ ଘର ଲୋକ କେହି ନଥିବାର ସୁଯୋଗ ନେଇ ମୀନା ପ୍ରେମିକଙ୍କୁ ଘରକୁ ଡାକିଥିଲେ। ପ୍ରେମିକ ଘର ଭିତରକୁ ଯିବା ଦେଖି ଗାଁ ଲୋକେ କବାଟରେ ତାଲା ପକାଇ ମୀନାର ଶାଶୂ ଘର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକଙ୍କ ଉପସ୍ଥିତିରେ ଗାଁ’ର ମହିଳାମାନେ କବାଟ ଖୋଲି ମୀନା ଓ ପ୍ରେମିକଙ୍କୁ ରଶିରେ ବାନ୍ଧି ଗାଁ ଦାଣ୍ଡରେ ବୁଲାଇଥିଲେ। କଥା ଏତିକିରେ ସରିନଥିଲା। ଉଭୟଙ୍କୁ ଗାଁ ମଝିରେ ଏକ ଖୁଣ୍ଟରେ ବାନ୍ଧି ଲୋକେ ଅଶ୍ଲିଳ ଭାଷାରେ ଗାଳି ଦେବା ସହିତ ଭିଡିଓ ଉତ୍ତୋଳନ କରିଥିଲେ। ଏହି ଭିଡିଓ ଏବେ ମୋବାଇରୁ ମୋବାଇଲ ଘୂରି ବୁଲୁଛି।

Leave a Reply

Your email address will not be published. Required fields are marked *

Back to top button