Fri. Sep 20th, 2019

ପେଟିଏମ୍ ରୁ ପେମେଣ୍ଟ କରି ହୋଣ୍ଡା ଆକ୍ଟିଭା କିଣିଲେ ମିଳିବ ୭ ହଜାର କ୍ୟାସବାକ୍

ନୂଆଦିଲ୍ଲୀ : ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଗାଡି କଂପାନୀ ଗୁଡିକ ଗ୍ରହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଆକର୍ଷଣୀୟ ଅଫାର ଘୋଷଣା କଲେଣି। ଏବେ ହୋଣ୍ଡା କଂପାନୀ ଭଲ ଅଫର ଆଣିଛି। କଂପାନୀର ଏହି ଯୋଜନାରେ ହୋଣ୍ଡା ଆକ୍ଟିଭା ୧୨୫ ମାତ୍ର ୧୧ ଶହ ଟଙ୍କାରେ କିଣିଯାଇ ପାରିବ।

କଂପାନୀର ଅଫର ହେଲା ନୂଆ ହୋଣ୍ଡା ଆକ୍ଟିଭା ୧୨୫ କିଣିବା ପାଇଁ ଡାଉନ ପେମେଣ୍ଟ ମାତ୍ର ୧୧୦୦ ଟଙ୍କା। ଏଥିସହ ନୋ କଷ୍ଟ ଇଏମଆଇର ସୁବିଧା ଦେଉଛି କଂପାନୀ। ଏହାଛଡା ଆକ୍ଟିଭା କିଣିବା ଉପରେ ଫାଇନାନ୍ସ ପାଇଁ ଲାଗୁଥିବା ପ୍ରୋସେସିଂ ଫି ଛାଡ। ଏହି ସ୍କୁଟି ଉପରେ କଂପାନୀ ଲୋ ଡାଉନ ପେମେଣ୍ଟ ଓ କ୍ୟାସବ୍ୟାକ୍ ଠାରୁ ଆରମ୍ଭ କରି  ୨୧୦୦ ଟଙ୍କା ପର୍ଯ୍ୟନ୍ତ ବେନିଫିଟ୍ ଦେଉଛି। କେବଳ ସେତିକି ନୁହେଁ ଯଦି ହୋଣ୍ଡା ଆକ୍ଟିଭା ୧୨୫କୁ ପେଟିଏମରୁ ପେମେଣ୍ଟ କରି କିଣନ୍ତି ତେବେ ମିଳିବ ୭ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଲାସବ୍ୟାକ୍।

Leave a Reply

Your email address will not be published. Required fields are marked *