Fri. Sep 20th, 2019

ଫିକ୍ସ୍‌ଡ୍‌ ଡିପୋଜିଟ୍‌ ଓ ଗୃହଋଣ ଉପରେ ଏସ୍‌ବିଆଇ ସୁଧହାର କମାଇଲା

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍‌ ବ୍ୟାବସାୟିକ ବ୍ୟାଙ୍କ୍‌ର ମାନ୍ୟତା ପାଉଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ଫିକ୍ସ୍‌ଡ୍‌ ଡିପୋଜିଟ୍‌ ବା ସ୍ଥାୟୀ ଜମା ଓ ଗୃହଋଣ ଉପରେ ସୁଧହାର ହ୍ରାସ କରିଛି। ପ୍ରଥମ ବର୍ଷର ମାରିଜିନାଲ୍‌ କଷ୍ଟିଙ୍ଗ୍‌ ଅଫ୍‌ ଲେଣ୍ଡିଙ୍ଗ୍‌ ରେଟ୍‌ (ଏମ୍‌ସିଏଲ୍‌ଆର୍‌) ବାର୍ଷିକ ୮. ୨୫% ରୁ ୮. ୧୫%କୁ ଖସିଛି। ସଂଶୋଧିତ ସୁଧହାର ଆଜି ଠାରୁ ଲାଗୁ କରାଯାଇଛି।

ଗତ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ବ୍ୟାଙ୍କ୍‌ମାନଙ୍କୁ ସେମାନଙ୍କର ଲେଣ୍ଡିଙ୍ଗ୍‌ ରେଟ୍‌ ଲିଙ୍କ୍‌ କରିବାକୁ କହିଥିଲେ। ସେଥିପାଇଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ସୋମବାର ଠାରୁ ମିଆଦି ଜମା ଉପରେ ସୁଧହାର ସଂଶୋଧନ କରିଛି। ଫଳରେ ରିଟେଲ୍‌ ମିଆଦି ଜମା ଉପରେ ୨୦-୨୫ ବିପିଏସ୍‌ ଓ ବଲ୍‌କ୍‌ ମିଆଦି ଜମାରେ ୧୦ରୁ ୨୦ ବିପିଏସ୍‌ ହ୍ରାସ କରାଯାଇଛି।

Leave a Reply

Your email address will not be published. Required fields are marked *