୧୨୫ ଗ୍ରାମ ବ୍ରାଉନସୁଗାର ଜବତ

ଅନୁଗୁଳ : ବ୍ରାଉନସୁଗାର ବେପାରୀ ଅନୁଗୁଳ ଜିଲ୍ଲା କନ୍ୟାବେଡା ଗାଁର ଅନିଲ ସାହୁଙ୍କୁ ଧରିଲା ଅବକାରୀ ବିଭାଗ। ତାଙ୍କ ନିକଟରୁ ୧୨୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ଆଜି ଅନିଲ ବ୍ରାଉନସୁଗାର ବିକ୍ରି କରିବାକୁ ଯାଉଥିବା ଖବର ପାଇ ଅବକାରୀ ଅଧୀକାରୀ ମଧୁସ୍ମିତା ନାୟକ ତାଙ୍କୁ ଧରିବାକୁ ଜାଲ ବିଛାଇଥିଲେ। ଅନିଲ ଏକ ଅଟୋରେ ଯାଉଥିବା ସମୟରେ ଅବକାରୀ ବିଭାଗର କର୍ମଚାରୀମାନେ କୁକୁଡାଙ୍ଗ ନିକଟରେ ତାଙ୍କୁ କାବୁ କରିଥିଲା। ଅନିଲ ନିକଟରୁ ୧୨୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button